ଖଣ୍ଡଗିରି: ଚିହ୍ନଟ ହୋଇନଥିବା ବାହାନଗା ରେଳ ଦୁର୍ଘଟଣାର ୨୮ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଭରତପୁର ଶ୍ମଶାନ ପ୍ରସ୍ତୁତ ରହିଛି। ଅନ୍ୟଦିଗରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି, ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଦାୟିତ୍ବ କେବଳ ଗୋଟିଏ ସଂସ୍ଥାର ନୁହେଁ। ଏହାର ଅନେକ ତତ୍ତ୍ବାବଧାରକ ଅଛନ୍ତି। ବିଏମ୍‌ସି, ରେଳବାଇ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରାଯାଉଛି। ଏହାପରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି।