ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ସହରର ତାପମାତ୍ରା ବଢୁଛି-ଖସୁଛି। ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ତଳକୁ ଖସି ଆଜି ୧୪ ଡିଗ୍ରି ଥିବା ସୂଚନା ମିଳିଛି। ଲଗାତାର ସ୍ଥାନୀୟ ସହରର ତାପମାତ୍ରା ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସୁଛି ଓ ଥଣ୍ଡା ବଢୁଛି।
ଏହି ଖବର ପଢ଼ନ୍ତୁ: କନ୍ଧମାଳ ଜିଲ୍ଲାରେ ପ୍ରକୃତି ହସୁଛି
କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ସକାଳ ୮ପର୍ଯ୍ୟନ୍ତ ରହୁଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢିବା ଆରମ୍ବ ହେଉଛି। ବିଶେଷ କରି ଗରିବ ଅସହାୟ ନିରାଶ୍ରୟମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି। ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ବିଶ୍ରାମଗୃହ ନ ଥିବା ହେତୁ ଯାତ୍ରୀବାହୀ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା କାକରରେ ଦୀର୍ଘ ସମୟ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ବସ୍କୁ ଅପେକ୍ଷା କରିବାକୁ ପଡୁଛି ରାତି ଏବଂ ପାହାନ୍ତିଆରେ ବହୁ ଅସୁବିଧା ଭୋଗିବାକୁ ପଡୁଛି ଯାତ୍ରୀମାନଙ୍କୁ।ନିଆଁ ଭରଷାରେ ରହୁଛନ୍ତି ଯାତ୍ରୀ। ରାସ୍ତାକଡ଼ରେ ନିଆଁ ଜାଳି ବସ୍କୁ ଅପେକ୍ଷା କରିବାକୁ ପଡୁଛି।
ଏହି ଖବର ପଢ଼ନ୍ତୁ: ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ
/sambad/media/media_files/2024/11/11/img20241108073805.jpg)
ଚଳିତ ବର୍ଷ ବିଳମ୍ବରେ ଶୀତ ଏହି ଅଞ୍ଚଳକୁ ସ୍ପର୍ଶ କରିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସହର ରହିଛି, ଯାହାର ଆଜିର ତାପମାତ୍ରା ୧୪ଡିଗ୍ରି ରେକର୍ଡ କରାଯାଇଛି। ଗତବର୍ଷ ଶୀତ ଋତୁ ସାରା ଘୁ.ଉଦୟଗିରି ସହରର ତାପମାତ୍ରା ଓଡ଼ିଶାର ସାବୁଠାରୁ କମ ତାପମାତ୍ରା ରହୁଥିବା ଏବଂ ସର୍ବାଧିକ ଥଣ୍ଡାର ସହର ଭାବେ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ବିଳମ୍ବରେ ପୁଣି ସେଇ ରେକର୍ଡ ଆରମ୍ଭ ହୋଇଛି।
ଏହି ଖବର ପଢ଼ନ୍ତୁ: ୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ରାସ୍ତାରୋକ
ଅନ୍ୟପଟେ ହଟାତ ଏବଂ ବିଳମ୍ବରେ ଶୀତର ଆଗମନ ହେତୁ ଗରମ ପୋଷାକର ବ୍ୟବସାୟ ଆରମ୍ଭ ହୋଇନି। ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ସକାଳୁ ଏବଂ ସନ୍ଧ୍ୟାରେ ସହରବାସୀ ଶୀତ ପାଇଁ ଭ୍ରମଣ କରୁଥିବା ବେଳେ ମଣିଙ୍ଗ ୱାକ ପାଇଁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ବାହାରୁଛି। ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ଥଣ୍ଡାର ମଜା ଉଠାଉଛନ୍ତି।ଆଗାମୀ ଦିନରେ ଆହୁରି ୩ରୁ୪ଡିଗ୍ରି ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ଆଶଙ୍କା କରିଛି ପାଣିପାଗ ବିଭାଗ।
ଏହି ଖବର ପଢ଼ନ୍ତୁ: ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବନ୍ଧା ହେବ ପତିତପାବନ ବାନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/11/58ce6e45-a7b0-4442-abe4-8dd7b390fdec.jpeg)