ଘୁ.ଉଦୟଗିରି: ହିଂସ୍ର ଦନ୍ତାହାତୀକୁ ତୁରନ୍ତ ସ୍ଥାନାନ୍ତର ସହିତ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବେ ଘୁ.ଉଦୟଗିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିବାରୁ ୧୬୦ଜଣ ଆଦିବାସୀଙ୍କ ବିରୁଦ୍ଧରେ ବନ ବିଭାଗ ଏସିଏଫ ଘୁ.ଉଦୟଗିରି ଥାନାରେ ଗତ ୨୯/୭ ରିଖରେ ଲିଖିତ ଏଫଆଇଆର ଦେଇଥିଲେ। ସେଇ ଏଫଆଇଆରକୁ ଭିତ୍ତି କରି ଥାନା ଅଧିକାରୀ ବିଭିନ୍ନ ୭ଗୋଟି ଧାରାରେ ମାମଲା ରୁଜୁକରି ଥିଲେ। ବନ ବିଭାଗ ଅଧିକାରୀ ଏହିଭଳି ନିରୀହ ଆଦିବାସୀ ପିଲା ଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ସେଇ ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବନବିଭାଗ ଅଧିକାରୀ ନିଜର କାର୍ଯ୍ୟରେ ଅବହେଳା କରି ନିଜ ଦୋଷ ଦୂର୍ବଳତା ଲୁଚାଇବାକୁ ଯାଇ ନିରୀହ ଆଦିବାସୀ ଯୁବକ ଯୁବତୀ ଓ ସାଧାରଣ ଜନତାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏହି ମାମଲା ବିଷୟରେ ଅଞ୍ଚଳବାସୀ ଜାଣିବା ପରେ ବର୍ତ୍ତମାନ ଅଞ୍ଚଳରେ ଅଶାନ୍ତିର ବାତାବରଣ କୁହୁଳିବାରେ ଲାଗିଥିବା ଦେଖିବାକୁ ମିଳୁଛି। ଉକ୍ତ ବିଷୟ ନେଇ କଟକ ଉଚ୍ଚ ନ୍ୟାୟାଳୟ ର ଆଇନ ସେବା ସଂସ୍ଥା କ୍ଲାପ ର ୩ ଜଣିଆ ଆଇନଜୀବୀ ର ଏକ ସ୍ଵତନ୍ତ୍ର ଦଳ ଆଜି ଘୁ.ଉଦୟଗିରି ଗସ୍ତରେ ଆସି ସ୍ଥାନୀୟ ଆଦିବାସୀ ସଂସ୍କୃତି ଭବନ ଠାରେ ହାତୀ ଉପଦ୍ରବ ରେ କ୍ଷୟକ୍ଷତି ହୋଇଥିବା ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ତେଣୁ ତୁରନ୍ତ ଏହି ମାମଲା କୁ ପ୍ରତ୍ୟାହାର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/16/1002610164-2025-09-16-19-44-51.jpg)