ଘୁ. ଉଦୟଗିରି: କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରକୁ ପୁଣି ଥରେ ଶୀତ ଫେରିଛି। ଏଠାରେ ଆଜି ତାପମାତ୍ରା ୬.୪ ଡିଗ୍ରି ରେକର୍ଡ କରାଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ କରିଛି।
ବିଗତ କିଛି ଦିନ କୋହଲା ପାଗ ସାଙ୍ଗକୁ କୁହୁଡ଼ି ସାରା ଅଞ୍ଚଳକୁ କବଳିତ କରିଥିଲା। ଲୋକେ କୁହୁଡ଼ି ଓ କୋହଲା ପାଗ ପାଇଁ ଘରୁ ବାହାରକୁ ବାହାରି ଆସିବାକୁ ଅସୁବିଧା ହେଉଥିବା ବେଳେ ଯାନବାହାନ ଯାତାୟାତ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକେ ଖରା ପାଇବାକୁ ଅପେକ୍ଷା କରୁଥିଲେ। ହେଲେ ସୂର୍ଯ୍ୟକିରଣ ଦେଖା ନ ଥିଲା। କିନ୍ତୁ ଗତକାଲି ଠାରୁ ପାଗ ବଦଳି ଯାଇଛି ଓ ଘୁ ଉଦୟଗିରି ସହର ଓ ଗ୍ରାମାଞ୍ଚଳରେ ଶୀତ ଅନୁଭୂତ ଅଧିକ ହେବାରେ ଲାଗିଛି।
/sambad/media/post_attachments/wp-content/uploads/2024/01/IMG_20240105_163725.jpg)
ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଶନିବାର ୧୦.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଜି ପୁଣି ସହରେ ପାରଦ ତାଳମୁହା ହୋଇଛି ଓ ପାରା ୬.୪ ଡିଗ୍ରିରେ ପହଞ୍ଚିଛି। ସେପଟେ ହାତ ଗୁଡ଼ିକ କାଲ ମାରୁଛି। ବିନା ଗରମ ପୋଷାକରେ ରହି ହେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/9109eb10-91bd-45be-8897-c1c78bc9fa08.jpeg)