ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ହଠାତ ଥଣ୍ଡାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରି ପକେଇଲାଣି। ଗତ ସପ୍ତାହେ ହେଲା ଲଗାତାର ଘୁ.ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଇବାରେ ଲାଗିଛି। ଚଳିତ ବର୍ଷ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ସ୍ଥାନିତ ହେବାରେ ଲାଗିଛି।
ଗତକାଲି ଠାରୁ ଆଜି ୧.୪ଡିଗ୍ରି ହ୍ରାସ ପାଇଛି। ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ପୁଣି ୫ଡିଗ୍ରି ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ଆରମ୍ଭ ହୋଇଯାଇଛି। ସଞ୍ଜ ନଇଁଲେ ରାସ୍ତାଘାଟ ଶୁନ୍ ଶାନ ହୋଇ ଜନ ଶୁନ୍ୟ ଦେଖାଯାଉଛି ସହରର ରାସ୍ତାଘାଟ। ରାତି ବଢିଲେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ସାରା ଅଞ୍ଚଳ ଖୁଡିର ଚାଦର ଭିତରେ ଆଚ୍ଛାଦିତ ହେବାରେ ଲାଗୁଛି। ସକାଳୁ ସାରା ଅଞ୍ଚଳରେ ବୃକ୍ଷଲତା, ଘାସ ପଡ଼ିଆରେ ଶିଶିର ବିନ୍ଦୁ ଆଛାଦିତ ହେବା ସହ ବରଫର ପ୍ରଲେପର ଭ୍ରମ ସୃଷ୍ଟି କରୁଛି। ପ୍ରବଳ ଥଣ୍ଡା ଯୋଗୁଁ ନିଆଁ ଭରଷାରେ ଗରିବ ଲୋକ ରାତି କାଟୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ହୋଇଛି।
କଳିଙ୍ଗା ଘାଟିର ମନୋରମ ଦୃଶ୍ୟ, ଝାଉଁ ବଣ, ବଟାନିକାଲ ଗାର୍ଡେନ, କାଲିଗାଡୁ ହିଲ ଟପର ମନୋରମ ଦୃଶ୍ୟ, ସିର୍କୀ ଇକୋ ପାର୍କ, କଫି ବଗିଚା, ସିର୍କୀ ଡ୍ୟାମରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଜରୁଥିବା ବେଳେ ବଡି ଭୋରରୁ କୁହୁଡିମୟ ପରିବେଶ ସାଙ୍ଗକୁ ଥଣ୍ଡାର ମଜା ସହ ମର୍ଣ୍ଣି ୱାକ ର ମଜ୍ଜା ଆହୁରି ଆନନ୍ଦ ଦେଉଛି ପର୍ଯ୍ୟଟକଙ୍କୁ। ସ୍ଥାନୀୟ ଅଞ୍ଚଳରେ ଆଗାମୀ ଦିନରେ ପାରଦ ଆହୁରି ୩ରୁ୪ଡିଗ୍ରୀ ହ୍ରାସ ହେବା ସହ ହାଡ଼ଭାଙ୍ଗ ଶୀତ ଅନୁଭୁତ ହେବାର ସମ୍ଭାବନା ଥୁବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।