ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ଚର୍ଚ୍ଚାରେ ରହିଆସିଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଥିବା ବେଳେ ୮ ଦିନ ବ୍ୟବଧାନ ପରେ ପୁଣି ଶୀତ ଲେଉଟିଛି। ଗତକାଲି ଘୁ.ଉଦୟଗିରି ସହରର ପାରଦ ୭ଡିଗ୍ରି ଥିବା ବେଳେ ଆଜି ୨ଡିଗ୍ରି ତଳକୁ ଖସି ୫ଡିଗ୍ରି ରେକର୍ଡ କରାଯିବା ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଅଞ୍ଚଳ ଜାଡ଼ରେ ଥରୁଛି।

Advertisment

publive-image

ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡିମୟ ସାରା ଅଞ୍ଚଳ। ଜଙ୍ଗଲ ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଥିବା ବେଳେ ଶୀତ ପଡିଲେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗେ। ଗତକାଲି ଠାରୁ ପ୍ରବଳ ଜାଡ ଯୋଗୁଁ ନିଆଁ ଭରସାରେ ଗରିତ ଲୋକ। ସଞ୍ଜ ନଇଁଲେ ବଜାର ଶୂନ୍ ଶାନ ହେବା ସହ ରାସ୍ତାଘାଟ ବଜାର ଜନଶୂନ୍ୟ ହୋଇଯାଏ।ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟସାଧ୍ୟ।ପ୍ରବଳ ଥଣ୍ଡା ପଡିବା ପରେ ଗରମ ପୋଷାକ ର ଚାହିଦା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ପାରଦ ଆହୁରି ଖସିବା ସହ ଶୀତ ବଢିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନ ଯଥା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି।