ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ କନବାଗିରି ଗ୍ରାମ ପଣସସାହି ନିବାସୀ ବିପୁଳ କୁମାର ନାୟକ (୪୧) ଟ୍ରେନ୍ରେ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ବିପୁଳ କୁମାର ନାୟକ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗତ ଡିସେମ୍ବର ମାସରେ ଖ୍ରୀଷ୍ଟମାସ୍ ପାଳିବା ନିମନ୍ତେ ଛୁଟିରେ ନିଜ ଗାଁକୁ ଫେରୁଥିଲେ। ଡିସେମ୍ବର ୨୪ ତାରିଖ ଅପରାହ୍ନ ୪ ଘଣ୍ଟିକା ସମୟରେ ସୁକିନ୍ଦା, ଜଖାପୁର ଷ୍ଟେସନରେ ବଡ଼ବିଲ-ପୁରୀ ଟ୍ରେନ ସଂଖ୍ୟା ୧୮୪୧୫, ଡି-୨ କୋଚ ବଗିରେ ଭୁବନେଶ୍ବର ଆସିବା ପାଇଁ ଚଢ଼ିଥିଲେ ବୋଲି ସ୍ତ୍ରୀଙ୍କୁ ଫୋନକରି କହିଥିଲେ। ରାତି ୮ ଘଣ୍ଟିକା ସମୟରେ ବିପୁଳଙ୍କ ସ୍ତ୍ରୀ ପୁଣିଥରେ କଲ କରିଥିଲେ କିନ୍ତୁ ବିପୁଳ କଲ୍ ରିସିଭ୍ କରିବା ବଦଳରେ ଖୋର୍ଦ୍ଧା ଜଟଣି ଷ୍ଟେସନ କର୍ମଚାରୀ କଲ ରିସିଭ୍ କରି ତାଙ୍କ ଜିନିଷ ପତ୍ର ଅଛି କିନ୍ତୁ ବିପୁଳ ଅନୁପସ୍ଥିତ ଥିବା କହିଥିଲେ।
ଖବର ପାଇ ପରିବାର ଲୋକେ ଉକ୍ତ ଷ୍ଟେସନକୁ ଯାଇ ବୁଝାବୁଝି କରିଥିଲେ। ସେହିଦିନ ଠାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କଲା ପରେ ନିରାଶ ହୋଇ କଟକ ଜିଆରପି ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/2ff25423-d53e-4684-90f4-7f141fe4225f.jpeg)