ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ନବନିର୍ବାଚିତ ଏନଏସି ଅଧ୍ୟକ୍ଷା ଭାବେ ଦେବଶ୍ମିତା ଶତପଥୀ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଘୁ.ଉଦୟଗିରି ସହରକୁ ସରସ ସୁନ୍ଦର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ଏନଏସି ଅଧ୍ୟକ୍ଷା ପଦବି ଖାଲି ପଡ଼ିଥିଲା। ଗତମାସ ୨୯ତାରିଖ ଦିନ ଅଧ୍ୟକ୍ଷା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବେଜେଡିର ପ୍ରାର୍ଥୀ ଦେବଶ୍ମିତା ଶତପଥୀ ବିପୁଳ ଭୋଟରେ ବିଜୟଲାଭ କରିଥିଲେ। ଆଜି ସ୍ଥାନୀୟ ଏନଏସିକୁ ଯାଇ ସେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଏନଏସି ପରିସରରେ କାଉନସିଲ ହଲରେ ଅଧ୍ୟକ୍ଷାଙ୍କୁ ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ସମେତ ସମସ୍ତ କର୍ମଚାରୀ ସ୍ୱାଗତ ଜଣେଇ ଥିଲେ।ଏହାପରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କାଉନସିଲର ଶୁଭେଚ୍ଛା ଜଣେଇଥିଲେ। ନିଜ ସ୍ୱର୍ଗତା ମା ପ୍ରାକ୍ତନ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ସ୍ୱପ୍ନ ଘୁ.ଉଦୟଗିରି ସହରର ବିକାଶ ଏକ ସରସ ସୁନ୍ଦର ସହର ଭାବେ ଗଢିତୋଳିବା ସ୍ୱପ୍ନ ସାକାର କରିବା ନିମନ୍ତେ ସମସ୍ତ ନିର୍ବାଚିତ ପ୍ରତିନିଧି,ଏନଏସି କର୍ମଚାରୀ ଏବଂ ସ୍ଥାନୀୟ ସହରର ସମସ୍ତ ନାଗରିକଙ୍କ ସହଯୋଗ କାମନା କରିବା ସହ ନିଷ୍ଠାର ସହ ଲୋକଙ୍କ ପାଇଁ କାମ କରିବା ସହ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଚେଇଁବା ପାଇଁ ସମସ୍ତଙ୍କ ଉଦ୍ୟମ ଜାରି ରଖିବା ପାଇଁ ନିବେଦନ କରିଥିଲେ।