ନୂଆଦିଲ୍ଲୀ/ ଭୁବନେଶ୍ବର : କରୋନା ପରବର୍ତ୍ତୀ ସମୟରେ ମଧ୍ୟ ଭାରତ ବିଶ୍ବ ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରି ଶ୍ରୀ ପ୍ରଧାନ ବିଶ୍ବରେ ଚଳିତ ଅଭାବନୀୟ ପରିସ୍ଥିତି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି। ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲ୍ପିଜି ଛଡ଼ା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମି ଯାଇଛି। ଦେଶର ୮୦.୩ ମିଲିୟନରୁ ଅଧିକ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲ୍ପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ଦେଶରେ ଏହାର ଚାହିଦା ବଢିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ର ଗୁଡିକ ପୂରଣ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ସଂଘ ତଥା ବିଶ୍ବ ତୈଳ ସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜି-୨୦ ଊର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀ : କରୋନା ପରେ ବି ବିଶ୍ବ ଊର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2020/01/dharmendra-pradhan-pti.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)