ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି କୃଷି ଉତ୍ପାଦନ କମିସନର : ମୁଖ୍ୟସଚିବଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳଙ୍କର ସ୍ୱେଚ୍ଛାକୃତ ଅବସର ଏବଂ ଇସ୍ତଫା ନେଇ କେତେକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ସମ୍ବାଦ ପ୍ରସାରିତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏ ବିଷୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି ଯେ ଶ୍ରୀ ଧଳ ନିଜର ବ୍ୟକ୍ତିଗତ ତଥା  ପାରିବାରିକ କାରଣ ଦୃଷ୍ଟିରୁ ସରକାରୀ ଚାକିରିରୁ ଇସ୍ତଫା ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ଅନୁମତି ମାଗିଛନ୍ତି। ଚଳିତ ଅଗଷ୍ଟ ମାସ ୬ ତାରିଖ ଦିନ ଶ୍ରୀ ଧଳ ଏ ବିଷୟରେ ଦରଖାସ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି। ଏହା ବର୍ତ୍ତମାନ ସରକାରଙ୍କ ବିଚାରାଧିନ ଅଛି। ଆଜି ଏ ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ସମ୍ବନ୍ଧିତ ଖବର