ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଗଜ ଲକ୍ଷ୍ମୀପୂଜା ପବିତ୍ର କୁମାର ପୂର୍ଣ୍ଣମୀ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି । ସହରର ୩୮ଟି ପୂଜାମଣ୍ଡପରେ ମା’ଙ୍କର ଆବାହନ କରାଯାଇଛି । ଅପରାହ୍ନରେ ପୂଜା କମିଟିର କର୍ମକର୍ତ୍ତା, ଶ୍ରଦ୍ଧାଳୁ ଭକ୍ତ ବିଭିନ୍ନ ଜଳାଶୟରୁ କଳସୀରେ ଜଳ ଆଣି ପୂଜା ମଣ୍ଡପରେ କଳସ ସ୍ଥାପନ କରିଛନ୍ତି । ପୁରୋହିତଙ୍କ ମନ୍ତ୍ରପାଠରେ ଢେଙ୍କାନାଳ ସହର ଉତ୍ସବ ମୁଖରିତ ହୋଇଉଠିଛି ।
ମା’ଙ୍କ ଆଗମନରେ ସହରର ପ୍ରକାମ୍ପତି ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି. ପୂଜାମଣ୍ଡପରେ ଧନଦାତ୍ରୀଙ୍କ ପ୍ରତିମା ପ୍ରତୀୟମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଇଦ୍ରାପୁରିର ଭ୍ରମ ସୃଷ୍ଟି କରୁଛି. ପୂଜାର୍ଚ୍ଚନା, ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ, ପୁରୋହିତ ଙ୍କ ମନ୍ତ୍ର ଧ୍ୱନିରେ ମା’ ଧରାପୃଷ୍ଠକୁ ଅବତରଣ କରିଛନ୍ତି. ମିନା ବଜ଼ାର, କୈବଲ୍ୟ ବଜ଼ାର,ଲଷ୍ମୀବାଜ଼ାର, ଗଣେଶ ବଜ଼ାର,ଗୁଡ଼ିଆନାଳୀ ପୂଜା ମଣ୍ଡପ ରେ ଚାନ୍ଦୀ ମେଢ଼,ସୁନା ଅଳଙ୍କାର ରେ ମା ପୂଜା ପାଉଛନ୍ତି. ଅନ୍ୟ ମଣ୍ଡପରେ ମା ସୁନାରୁପା ଅଳଙ୍କାର ରେ ପୂଜା ପାଉଛନ୍ତି.
ଦୁଇବର୍ଷ ପରେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନର ସୁଯୋଗ ମିଳୁଥିବାରୁ ଚଳିତବର୍ଷ ସହରରେ ପ୍ରବଳ ଭିଡ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ଜଗିଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଖଞ୍ଜାଯାଇଛି । ଅନେକ ସ୍ଥାନରେ ଆଲୋକସଜ୍ଜା, ତୋରଣ ସଜ୍ଜା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନା ବଜାର, ଦୋଳି, ଖାଦ୍ୟଷ୍ଟଲ୍, ପଲ୍ଲିଶ୍ରୀ ମେଳା, ବୈଶାଖୀ ମେଳା ଆଦିର ଆୟୋଜନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/6-3.jpg)