ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ଡାକ ଶୁଣିଲେ : ଗଜପତି ମହାରାଜା

ଭୁବନେଶ୍ୱର : ଭାବଗ୍ରାହୀ ଜଗନ୍ନାଥ ଭକ୍ତଙ୍କ ଡାକ ଶୁଣିଲେ ବୋଲି ଗଜପତି ମହାରାଜା ଦିବ୍ୟ ସିଂହ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସୁପ୍ରିମକୋର୍ଟ ଆଜି କେତେକ ସର୍ତ୍ତ ସହ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଗଜପତି ମହାରାଜା ଆନନ୍ଦ ପ୍ରକଟ କରିବା ସହ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେ କହିଛନ୍ତି ସୁପ୍ରିମକୋର୍ଟ ନିଜ ପୂର୍ବ ରାୟର ସମୀକ୍ଷା କରି ଅନୁମତି ଦେଇଥିବାରୁ ସେ ଋଣୀ । ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାକୁ ସଫଳ କରିବାକୁ ରାଜ୍ୟସରକାର ଓ କେନ୍ଦ୍ର ସରକାର ସହଯୋଗ ଦେବେ ବୋଲି ସେ କହିଛନ୍ତି । ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ରାଜ୍ୟ ସରକାର ପୁରୀ ସହରରେ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ପୁରୀବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗ ସ୍ୱୀକାର କରିବାକୁ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଜ ନିଜ ପୂର୍ବରାୟକୁ ବଦଳାଇବା ସହ କେତେକ କଟକଣା ସହ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଏହାକୁ ନେଇ ଓଡ଼ିଶା ସମେତ ସମଗ୍ର ଦେଶରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର