ପୁରୀ : ରବିବାର ଦିନ ପବିତ୍ର ପୂଷ୍ୟା ନକ୍ଷତ୍ର ତିଥିରେ ରାଜନଅରରେ ଉତ୍ସବମୁଖର ପରିବେଶ ମଧ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଷୋଳ ଶାସନର ବ୍ରାହ୍ମଣମାନେ ଗଜପତି ମହରାଜାଙ୍କୁ ସୂତା, ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ।
ବିଧି ଅନୁଯାୟୀ, ରବିବାର ସକାଳେ ଗଜପତି ମହାରାଜଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପରେ ଦେବାର୍ଚ୍ଚନା ଓ ସକାଳର ଅନ୍ୟନ୍ୟ କାର୍ଯ୍ୟ ଶେଷ ହୋଇଥିଲା। ସଂଧ୍ୟାରେ ରାଜନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁଙ୍କ ଦ୍ବାରା ପୁଷ୍ୟାଭିଷେକ ନୀତି ସମ୍ପାଦନ ହୋଇଥିଲା। ୧୬ ଶାସନର ବ୍ରାହ୍ମଣମାନେ ସୂତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ମସ୍ତକ ସ୍ପର୍ଶ କରାଇବା ପରେ ଷୋଳ ଶାସନର ବ୍ରାହ୍ମଣମାନେ ଗଜପତିଙ୍କୁ ଆଶୀର୍ବାଦ କରିଥିଲେ। ପରମ୍ପରା ଓ ବିଧି ମୁତାବକ, ପଞ୍ଚଦେବତା ପୂଜାର୍ଚ୍ଚନା, ରାମାଭିଷେକ ପଟି, ଶ୍ରୀଜଗନ୍ନାଥଙ୍କ ପଟି, ବରୁଣ ପୂଜା ଆଦି ନୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂଜାସ୍ଥଳୀକୁ ବିଜେ କରିଥିଲେ। ପ୍ରଥମେ ମଙ୍ଗଳାର୍ପଣ ନୀତି ସମ୍ପାଦିତ ହୋଇଥିଲା। ବନ୍ଦାପନରେ ପରେ ମହାପ୍ରଭୁଙ୍କ ପାଖରୁ ଆସିଥିବା ସ୍ବତନ୍ତ୍ର ତାଟ ଭୋଗ ଗଜପତି ମହାରାଜ ସେବନ କରି ଗାଦିକୁ ବିଜେ କରିଥି୍ଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/p80.jpg)