ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ଭୁବନେଶ୍ବର: ଗଜପତି ମହାରାଜ ଦିବ୍ୟସିଂହଦେବ ଆଜି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା, ନୀତିକାନ୍ତି, ରତ୍ନଭଣ୍ଡାର ଖୋଲାଯିବା ଆଦି ପ୍ରସଙ୍ଗରେ ଗଜପତି ଆଲୋଚନା କରିଥିଲେ। ଏହି ସାକ୍ଷାତ ସମୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

ସାକ୍ଷାତ ପରେ ଆଇନ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି। ତାହା ସରକାର ପାଳନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ଓ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହୋଇଛି। ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କରେ ସରକାର ସୂଚନା ଦେବେ।

ସମ୍ବନ୍ଧିତ ଖବର