ପୁରୀ ବିକାଶର ନକ୍ସାକୁ ଗଜପତିଙ୍କ ସ୍ବାଗତ

ଭୁବନେଶ୍ବର/ପୁରୀ : ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜ୍‌କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ବାଗତ କରିଛନ୍ତି। ଏକ ବାର୍ତ୍ତାରେ ଗଜପତି କହିଛନ୍ତି, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ହେଉଛି ସମଗ୍ର ହିନ୍ଦୁ ସମାଜର ଶ୍ରେଷ୍ଠ ଆରାଧ୍ୟ ପୀଠ। ଏହାର ଯୋଜନାବଦ୍ଧ ଓ ସମନ୍ବିତ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ଘୋଷଣା କରିଛନ୍ତି ତାହାକୁ ସ୍ବାଗତ କରୁଛୁ। ଶ୍ରୀକ୍ଷେତ୍ରର ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଏହି କ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ ତଥା ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି କରାଯିବା ଆବଶ୍ୟକ। ଗଜପତି ଏହି କାର୍ଯ୍ୟକ୍ରମଗୁଡ଼ିକର ସଫଳତା କାମନା କରିବା ସହ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତ ଆନ୍ତରିକତାର ସହ ଏଥିରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର