ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସଂପନ୍ନ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡାଯିବ : ଗଜପତି ମହାରାଜ

ଭୁବନେଶ୍ୱର: ଆଜି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ଦେଶର ସମସ୍ତ ନାଗରିକଙ୍କ ଲାଗି ପାଳନୀୟ କିନ୍ତୁ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ଲାଗି ଏହା ଦୁଃଖଦାୟକ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ସମସ୍ତଙ୍କର କର୍ତ୍ତବ୍ୟ। ମାତ୍ର ଏହି ରାୟ ଜଗନ୍ନାଥ ପ୍ରେମୀଙ୍କ ମନରେ ଦୁଃଖ ଦେଇଛି। ସେ ଏଥିସହ ସୂଚନା ଦେଇଛନ୍ତି କି ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ଖୁବ୍‌ ଶୀଘ୍ର ଶ୍ରୀମନ୍ଦିର ପଚିଚାଳନା କମିଟର ବୈଠକ ବସିବ। ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତ କିପରି ସମ୍ପନ୍ନ ହେବ ସେ ନେଇ ଆଲୋଚନା ହେବ ଓ ନିଷ୍ପତ୍ତି ନିଆଯିବ। 

କୋଭିଡ-୧୯ ସଂକ୍ରମଣ ଲାଗି ସୁପ୍ରିମକୋର୍ଟ ରଥଯାତ୍ରାକୁ ସ୍ଥଗିତ ରଖିବା ପରେ ମନ୍ଦିର ଭିତରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ହେବ ସେନେଇ ଜଗ୍‌ତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡାଯିବ। ଶ୍ରୀମନ୍ଦିର ବାହାରେ ନ ହୋଇ ପାରିଲେ ଭିତରେ ରଥଯାତ୍ରା ପ୍ରତୀକାତ୍ମକ ଭାବେ ସମ୍ଭବ କି ନାହିଁ ତାହା ତର୍ଜମା କରାଯିବ ବୋଲି ଗଜପତି ବକ୍ତବ୍ୟ ରଖିଛନ୍ତି। ପୂର୍ବରୁ ରଥଯାତ୍ରା ବନ୍ଦ ହେବା ନେଇ ମତ ରଖି ଗଜପତି ମହାରାଜ କହିଛନ୍ତି ଯେ, ମୋଗଲ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ଏକାଧିକ ବାର ଶ୍ରୀମନ୍ଦିର ବାହାରକୁ  ନିଆଯାଇଥିଲା। ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିରରେ ନଥିଲେ ସେତେବେଳେ ରଥଯାତ୍ରା ହୋଇ ଥିଲା।

ଉଲ୍ଲେଖଯୋଗ୍ୟ କି, ଆଜି ଶ୍ରୀଗଜନ୍ନାଥଙ୍କ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଆଗତ ହୋଇଥିବା ମାମଲାର ଶୁଣାଣି କରି ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ଯଦି ଆମେ ରଥଯାତ୍ରା ଲାଗି ଅନୁମତି ଦେଉ ତେବେ ଶ୍ରୀଜଗନ୍ନାଥ ଆମକୁ କଦାପି କ୍ଷମା କରିବେ ନାହିଁ।

ସମ୍ବନ୍ଧିତ ଖବର