ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ପଙ୍କଳବାଡ଼ି ନିକଟ ପଙ୍କଜପଲ୍ଲୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ‘ଗଞ୍ଜାମ ଶ୍ରୀ’ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବୁଗୁଡ଼ା ନୂଆ ବସ୍ଷ୍ଟାଣ୍ଡ୍ ସାମ୍ନାରେ ଥିବା ଜଷ୍ଟ ଫିଟ୍ ଜିମ୍ର ମାଲିକ ଜ୍ୟୋତି ଗତମାସ ୩୧ ତାରିଖରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଆମେଚର୍ ବଡ଼ିବିଲ୍ଡିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୪୬ତମ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (୭୫) କେଜି ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇ ‘ଗଞ୍ଜାମ ଶ୍ରୀ’ ଟାଇଟଲ୍ ହାସଲ କରିଥିଲେ। ଆଜି ରାତି ୮ଟାରେ ଜ୍ୟୋତି ଜିମ୍ ବନ୍ଦ କରି ତାଙ୍କ କେଟିଏମ୍ ବାଇକ୍ ଯୋଗେ ନିଜ ଗାଁ ସୋରଡ଼ ଯାଉଥିବା ସମୟରେ ପଙ୍କଜପଲ୍ଲୀ ରାସ୍ତାରେ ଥିବା ଏକ ସିମେଣ୍ଟ୍ ଖୁଣ୍ଟରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲେ। ଛାତିରେ ପ୍ରବଳ ଆଘାତ ଲାଗିଥିବାରୁ ଆମ୍ବୁଲାନ୍ସ୍ ଯୋଗେ ତାଙ୍କୁ ତୁରନ୍ତ ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାର କ୍ରୀଡ଼ାବିତ୍ ମହଲରେ ଶୋକର ଛାୟା ଖେଳିଯାଇଛି। ଜ୍ୟୋତି ଜଣେ ମେଳାପୀ, ଶାନ୍ତ ଓ ସରଳ ସ୍ଵଭାବର ଯୁବକ ଥିଲେ।
ବାଇକ୍ ଦୁର୍ଘଟଣାରେ ‘ଗଞ୍ଜାମ ଶ୍ରୀ’ ଜ୍ୟୋତିଙ୍କ ଅକାଳ ବିୟୋଗ
/sambad/media/post_attachments/wp-content/uploads/2022/04/46ce6849-dbfc-4fbc-b39e-45d3da1f4826.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)