ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ରହସ୍ୟଘେର ଦେଇ ଗତି କରୁଥିବା ବେଳେ ଆଜି ଗଜପତି ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ଗଣମାଧ୍ୟମ ଆଗରେ ଏସ୍ପି ବଡ଼ ସୂଚନା ଦେଇଛନ୍ତି । ଘଟଣା ସହିତ ଡିଏଫଓଙ୍କ କୌଣସି ସଂପର୍କ ନଥିବା ଜଣାପଡୁଛି । ସିଡିଆର ଯାଂଚରୁ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି । ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନଥିବା ଏସ୍ପି କହିଛନ୍ତି ।
ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ନେଇ ଏସ୍ପି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟାଙ୍କ ଘର ଲୋକଙ୍କ ଫୋନ କଲ ପାଇ ମମତା ପଣ୍ଡା ଯାଇଥିଲେ । ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/c8d54856-c184-4c86-b749-5a354ec6258a.jpg)