ଗଜପତି: ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ନିର୍ଦେଶ ଦେଇଥିବା ଜଣାପଡ଼ିଛି। ସପ୍ତାହର ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲାକୁ ସଟଡାଉନ୍ କରାଯିବ। ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଲକ୍ଡାଉନ କଟକଣା ଜାରି ରହିବ ବୋଲି ମଧ୍ୟ ଏହି ନିର୍ଦେଶନାମାରେ କୁହାଯାଇଛି। ସମସ୍ତ ବ୍ଲକ୍ ହେଡକ୍ବାର୍ଟର ବି ସଟଡାଉନ୍ ରହିବ ବୋଲି ଜଣାଯାଇଛି।
ଅନାବଶ୍ୟକ କାର୍ଯ୍ୟ ପାଇଁ ପାରଳାଖେମୁଣ୍ଡି ସହର ଏବଂ ବ୍ଲକ୍ ହେଡକ୍ବାର୍ଟରକୁ ପ୍ରବେଶ ଏବଂ ପ୍ରସ୍ଥାନକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ପାରଳାଖେମୁଣ୍ଡି ସହର ବ୍ୟତୀତ କାଶୀନଗର ଏନଏସି, ରାନିପେଣ୍ଟୋ, କେରାଣ୍ଡି, ଜାମି ଏବଂ କତଲକଇଠା ଆଦି ଗ୍ରାମ ପଞ୍ଚାୟତକୁ ବି ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ୪ ଦିନ ସଟଡାଉନ କରାଯାଇଛି । ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି।
/sambad/media/post_attachments/wp-content/uploads/2020/07/gaj.jpg)
ସୂଚନାଯୋଗ୍ୟ, ଆଜି ଗଜପତି ଜିଲ୍ଲାରୁ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନ ସଂକ୍ରମଣ ରୋକିବା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ସପ୍ତାହରେ ୩ ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିକୁ ସଟଡାଉନ କରାଯାଇଥିଲା । ସଟଡାଉନ ପ୍ରଥମ ଦିନରୁ ପାରଳାଖେମୁଣ୍ଡିରେ ଇନଫ୍ରାରେଡ୍ ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ମାଧ୍ୟମରେ ସ୍କ୍ରିନିଂ ଜାରି ରହିଛି । ସଂକ୍ରମଣ ରୋକିବା ପାଇଁ ଚାଲିଥିବା ଅଭିଯାନକୁ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରୁ ଗଜପତିକୁ ସମସ୍ତ ଅନାବଶ୍ୟକ ଯାତାୟତକୁ ଅନୁମତି ଦିଆଯାଉ ନାହିଁ ବୋଲି ଆଜି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Weekly-Four-Days-Shut-Down-in-Gajpati_Thumbnail.jpg)