ରାଇରଙ୍ଗପୁର : ମୟୂରଭଞ୍ଜ ମାଟିର ଲଢ଼ୁଆ ପୁଅ ତଥା ଗଲୱାନ୍ରେ ଚୀନ ସେନା ସହ ସଂଘର୍ଷରେ ସହିଦ୍ ହୋଇଥିବା ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀରଚକ୍ର ସମ୍ମାନ ପ୍ରଦାନ କରାଯିବ। ନୁଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଇଚିଣ୍ଡା ଗ୍ରାମରେ।
/sambad/media/post_attachments/wp-content/uploads/2021/01/49af994c-6488-468e-b444-6f724ed306e3.jpg)
ସେ ବିହାର ରେଜିମେଣ୍ଟର ୧୬ ବାଟାଲିୟନ୍ର ନାଏବ ସୁବେଦାର ଥିଲେ। ଗତବର୍ଷ ଜୁନ୍ ୧୮ ତାରିଖରେ ସୀମା ବିବାଦକୁ ନେଇ ଏଲଏସି ନିକଟ ଗଲୱାନ ଘାଟିରେ ଭାରତ-ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ପ୍ରାଣବଳି ଦେଇଥିଲେ ମଧ୍ୟ ୪୫ରୁ ଅଧିକ ଚୀନ୍ ସେନାଙ୍କୁ ନିପାତ କରି ଅପୂର୍ବ ବୀରତ୍ବର ପରିଚୟ ଦେଇଥିଲେ। ସେମାନଙ୍କ ମଧ୍ୟରେ ସହିଦ୍ ନୁଦୁରାମ ଥିଲେ ଅନ୍ୟତମ। ଆସନ୍ତାକାଲି ଗଣତନ୍ତ୍ର ଦିବସ ଅବସରରେ ନୁଦୁରାମଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ଏହି ଲଢୁଆ ପୁଅକୁ ସଲାମ୍ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Vir-Chakra-to-Nuduram-Soren_Thumbnail.jpg)