ରାଉରକେଲା: ଜୁଆ ଆଡ଼ା ଉପରେ ବନ୍ଧମୁଣ୍ଡା ପୁଲିସ ଚଢ଼ଉ ଜାରି ରହିଛି। ଗତକାଲି ସ୍ଥାନୀୟ ଡିଜେଲ କଲୋନିରେ ଅତର୍କିତ ଚଢ଼ଉକରି ୩ ଜଣ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିବାର ୨୪ ଘଣ୍ଟା ନ ପୂରୁଣୁ ଆଜି ପୁଣି ୩ ଜଣ ଜୁଆଡ଼ି ବନ୍ଧା ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ସେକ୍ଟର ସି’ ଷ୍ଟେସନ ରୋଡ୍ ଅଞ୍ଚଳର ଗୌତମ ଶର୍ମା(୩୮), ଦଲପୋଷ ଭଦ୍ରାଟୋଲିର ଅମିତ ତିର୍କୀ(୨୨) ଓ ଆଜାଦ ସ୍ବାଧୀନ କାଣ୍ଡୁଲାନା(୧୮)। ଅଭିୁକ୍ତମାନଙ୍କଠାରୁ ନଗଦ ୬ ହଜାର ଟଙ୍କା ଓ ଗୋଟିଏ ବାଇକ୍ ଜବତ ହୋଇଛି। ଆଜି ପୂର୍ବାହ୍ନରେ ଦଲପୋଷରେ ଜୁଆ ଖେଳ ଚାଲିଥିବା ବନ୍ଧମୁଣ୍ଡା ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ପୁଲିସ ସେଠାରେ ଚଢ଼ଉ କରିଥିଲା। ସେତେବେଳେ ଜୁଆଡ଼ିମାନେ ଜୁଆ ଖେଳରେ ମାତିଥିବାବେଳେ ପୁଲିସର ଉପସ୍ଥିତି ମଧ୍ୟ ଜାଣିପାରିନଥିଲେ। ପରେ ସମସ୍ତଙ୍କୁ କାବୁ କରିବାସହ ନଗଦ ଟଙ୍କା, ବାଇକ୍, ତାସ୍ ଜବତ କରିଥିଲେ।
ପୁଣି ଧରାପଡ଼ିଲେ ୩ ଜୁଆଡ଼ି; ନଗଦ ୬ ହଜାର ଟଙ୍କା, ବାଇକ୍ ଜବତ
/sambad/media/post_attachments/wp-content/uploads/2022/10/6739ea7a-651a-4556-8781-9edef062e273.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)