ମାହାଙ୍ଗା : ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ୧୩୮ ତମ ଜୟନ୍ତୀ ସମାରୋହ କବିଙ୍କ ଜନ୍ମପୀଠ କୋଠପଦାର ରଘୁନାଥ ଜୀଉ ପୀଠରେ ଉଦ୍ଘାଟିତ ହୋଇଛି। ରାଜ୍ୟ ସୂଚନା କମିସନର ବାଳକୃଷ୍ଣ ମହାପାତ୍ର ଉତ୍ସବକୁ ଉଦ୍ଘାଟନ କରିବା ସହ ଗଣକବି ବୈଷ୍ଣବ ପାଣି ପ୍ରଚଣ୍ତ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି। ସଂସଦର ସଭାପତି ଡକ୍ଟର କାର୍ତ୍ତିକେଶ୍ବର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ. ବିଜୟ କୁମାର ଶତପଥି, ଓଡିଆ ଭାଷା ପରିଷଦ କେନ୍ଦ୍ର ସାହିତ୍ୟ ଏକାଡେମିର ଆବାହକ ଡକ୍ଟର ବିଜୟାନନ୍ଦ ସିଂ ମୁଖ୍ୟବକ୍ତା, ସମ୍ମାନିତ ବକ୍ତା ଭାବେ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ବରାଳ ଓ ପୂର୍ବତନ ପିସିସି ସଂପାଦକ ତଥା ଯୁବ ସଂଗଠକ ପ୍ରଦୀପ୍ତ କୁମାର ଦାସ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ସାରସ୍ବତ ସାଧନା ଓ ତାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଅବତାରଣା କରିଥିଲେ।
ପ୍ରାରମ୍ଭରେ ପଣ୍ତିତ ପ୍ରଭାତ କୁମାର କର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲା ବେଳେ ସଂସଦର ସଂପାଦକ ଆଡଭୋକେଟ୍ ଦୀପକ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ନାଟ୍ୟକାର, ନାଟ୍ୟ ନିେର୍ଦ୍ଦଶକ ନବଘନ ରାଉଳଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଗଣକବି ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗ୍ରାମ ସାମଲ ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସଂସଦର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସେକ୍ ମତଲୁବ ଅଲ୍ଲୀ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତ ଶରତ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଗଣକବିଙ୍କ ରଚିତ ସଂଗୀତ ଗାନ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ଜୀଉ ମଠର ମହନ୍ତ ଜଗନ୍ନାଥ ଗୋସ୍ବାମୀ ପୁରୀ, ପ୍ରତାପ ନାୟକ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ନାଟ୍ୟକାରୀ ମନୋଜ ପଣ୍ତା, ଶିକ୍ଷାବିତ୍ ଉମେଶ ଚନ୍ଦ୍ର ସାହୁ, ସୌକତ ଅଲୀ, ରାଜକିଶୋର ସାହୁ, ବାବାଜୀ ସାହୁ, ଜିତେନ୍ଦ୍ର ସାହୁ, ମନ୍ମଥ ନାଥ ଖଟୁଆ, ସୁକାନ୍ତ ନନ୍ଦ, ଶ୍ୟାମସୁନ୍ଦର ସ୍ବାଇଁ, ଅରୁଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସେକ୍ ମାସୁଦ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ganakabi-baistamba-pani-fbk.jpg)