ବିଶିଷ୍ଟ ଚାଷୀମୂଲିଆ ନେତା ଗଣନାଥ ପାତ୍ରଙ୍କ ପରଲୋକ

ରାଉରକେଲା : ଚାଷୀମୂଲିଆ ଆଦିବାସୀ ସଂଘର ଉପଦେଷ୍ଟା ବିଶିଷ୍ଟ ବିପ୍ଳବୀ ନେତା ପ୍ରଫେସର ଗଣନାଥ ପାତ୍ରଙ୍କର ଆଜି ସାରନଗରୀ ବାଲିଯୋଡି ଅବିନାଶପାଲିସ୍ଥିତ ବାସଭବନରେ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାଲେଶ୍ବରରେ ଜନ୍ମିତ ସ୍ବର୍ଗତ ପାତ୍ର ସର୍ବଦା ସମାଜର ତଳସ୍ତରର ମଣିଷଙ୍କ ନ୍ୟାଯ୍ୟ ଦାବି ପାଇଁ ସଂଗ୍ରାମ କରି ଆସୁଥିଲେ। ବିଗତ ଦିନରେ ବାଲିଆପାଳ ଘାଟି ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ବହୁବାର ଗିରଫ ହୋଇଥିଲେ। ପରେ କୋରାପୁଟ ଭଳି ଆସିବାସୀ ବହୁଳ ଅଞ୍ଚଳରେ ରହି ଆଦିବାସୀ ଓ ଚାଷୀ ମୂଲିଆଙ୍କ ହକ୍‌ ପାଇଁ ଲଢ଼େଇ କରିଥିଲେ। ତେବେ ତାଙ୍କୁ ମାଓ ସମର୍ଥକ ଦର୍ଶାଇ ସରକାର ଗିରଫ କରିବାରୁ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା।

ଗତ ୨୦୧୨ରେ କଟକ ଚୌଦୁଆର ଜେଲ୍‌ରୁ ମୁକୁଳିବା ପରେ ରାଉରକେଲା ସାରନଗରୀ ତଳବାଲିଯୋଡିସ୍ଥିତ ବାସଭବନରେ ରହୁଥିଲେ। ଦୁଇବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ତାଙ୍କ ବାସଭବନରେ ବହୁ ବୁଦ୍ଧିଜୀବୀ ଓ ପ୍ରଶଂସକ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଲକ୍‌ଡାଉନ୍‌ କଟକଣା ପାଇଁ ତାଙ୍କର ଏକମାତ୍ର ପୁଅ ବାହାରେ ଥିବାରୁ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇପାରି ନଥିଲେ। ପୁଅ ବଦଳରେ ତାଙ୍କ ଝିଅ ରୋଜାଲିନ୍‌ ପାତ୍ର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର