୨ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଥିବା ହଷ୍ଟେଲ ୱାର୍ଡେନ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗାନ୍ଧି +୨ ଓ +୩ କଲେଜରେ ହଷ୍ଟେଲ ୱାର୍ଡେନ ସବୁସୀମା ଟପି ଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଛାତ୍ରାବାସରେ ରହୁଥିବା ଦୁଇଜଣ ଅନ୍ତେବାସୀଙ୍କୁ ହଷ୍ଟେଲର ୱାର୍ଡେନ ନିସ୍ତୁକ ମାଡ ମାରୁଥିବାରୁ ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ମଙ୍ଗଳବାର ହଷ୍ଟେଲ ୱାର୍ଡେନ ବିଶ୍ୱରଞ୍ଜନ ରଣାକୁ ଖଣ୍ଡଗିରି ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଏକ ବାଡି ଧରି ୨ ଜଣ ଛାତ୍ରଙ୍କୁ ଗୋରୁଗାଈ ପରି ହଷ୍ଟେଲ ୱାର୍ଡେନ ବିଶ୍ୱରଞ୍ଜନ ରଣା ପିଟୁ ଥିବାର ଭିଡିଓ ଭାଇରାଲ ହୋଇଥିଲା। ପିଲାମାନଙ୍କୁ ହଷ୍ଟେଲରେ ରଖି ପାଠପାଉଥିବା ଅବିଭାବକମାନଙ୍କୁ ଏଭଳି ଘଟଣା ବିଶେଷ ଭାବେ ବିଚଳିତ କରିଛି। ତେବେ ଗତ ୧୧ ତାରିଖ ଦିନ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି । ଏହାକୁ କଲେଜ ଅଧ୍ୟକ୍ଷ ସ୍ୱୀକାର ବି କରିଛନ୍ତି । ଏବଂ ଦୁଇ ଛାତ୍ରଙ୍କ ପରିବାର ସହ ୱାର୍ଡେନଙ୍କର ସମ୍ପର୍କ ଥିବାରୁ ସେ ଏଭଳି କରିଥାଇପାରନ୍ତି ବୋଲି କଲେଜ ଅଧ୍ୟକ୍ଷ ସଫେଇ ଦେଇଥିଲେ।

ସମ୍ବନ୍ଧିତ ଖବର