ଭୁବନେଶ୍ୱରର ଗାନ୍ଧି କଲେଜ ଛାତ୍ରବାସ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ଼ ; ବାଡ଼ି ଧରି ନିର୍ଧୁମ ପିଟିଲେ ୱାର୍ଡେନ,ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗାନ୍ଧି +୨ ଓ +୩ କଲେଜରେ ସବୁସୀମା ଟପି ଯାଇଛନ୍ତି ହଷ୍ଟେଲ ୱାର୍ଡେନ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଛାତ୍ରାବାସରେ ରହୁଥିବା ୨ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ ମାରୁଛନ୍ତି ହଷ୍ଟେଲର ୱାର୍ଡେନ । ବାଡ଼ି ଧରି ଗୋରୁଗାଈ ପରି ପିଟୁଛନ୍ତି ୱାର୍ଡେନ୍ । ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପିଲାମାନଙ୍କୁ ହଷ୍ଟେଲରେ ରଖି ପାଠପଢ଼ାଉଥିବା ଅବିଭାବକମାନଙ୍କୁ ଏଭଳି ଖବର ବିଶେଷ ଭାବେ ବିଚଳିତ କରିବ । ଗତ ୧୧ତାରିଖ ଦିନ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି । କଲେଜର ଅଧ୍ୟକ୍ଷ  ଏହାକୁ ସ୍ୱୀକାର କରିଛନ୍ତି ।  ଦୁଇ ଛାତ୍ରଙ୍କ ପରିବାର ସହ ୱାର୍ଡେନଙ୍କର ସମ୍ପର୍କ ଥିବାରୁ ସେ ଏଭଳି କରିଥାଇପାରନ୍ତି ବୋଲି ସେ ସଫେଇ ଦେଇଛନ୍ତି । ତେବେ ୱାର୍ଡେନଙ୍କୁ ଆଇନ ଅନୁଯାୟୀ ପୋଲିସ ଯାହା ଦଣ୍ଡ ଦେବ ସେଥିରେ କଲେଜର କୌଣସି ଆପତ୍ତି ନାହିଁ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି ।

ସମ୍ବନ୍ଧିତ ଖବର