ବିଦ୍ୟାଳୟରେ ପାଳିିତ ହେବ ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବିଦ୍ୟାଳୟଗୁଡ଼ିକରେ ପାଳନ କରାଯିବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଗତ ୮ ତାରିଖରେ ଚିଠି ଆସିବା ପରେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜୟନ୍ତୀ ଅବସରରେ ବିଦ୍ୟାଳୟରେ ‘ବିଜ୍ଞାନ ମେଳା’ କରାଯିବ। ‘ସ୍ୱଚ୍ଛ ଭାରତ ମିସନ’, ଜଳ ସଂରକ୍ଷଣ’ ଓ ‘ସୋଲାର ଶକ୍ତିର ବ୍ୟବହାର’ ଥିମ୍‌କୁ ନେଇ ଏହି ମେଳା ହେବ। ଏହି କାର୍ଯ୍ୟକ୍ରମରେ କେତେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ସାମିଲ ହେଲେ, କ’ଣ ସବୁ କାର୍ଯ୍ୟକ୍ରମ କରାଗଲା ତାହାର ଏକ ରିପୋର୍ଟ ‘[email protected]’ରେ ପଠାଇବାକୁ ଓପେପା ନିର୍ଦେଶକ ଭୁପିନ୍ଦର ସିଂ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର