ଇନ୍‌ଟାକ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପଦଯାତ୍ରା

ପୁରୀ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭାରତୀୟ ଜାତୀୟ ଐତିହ୍ୟ, କଳା ଓ ସାଂସ୍କୃତିକ ନ୍ୟାସ (ଇନ୍‌ଟାକ) ଭୁବନେଶ୍ବର ଶାଖା ପକ୍ଷରୁ ଗା‌ନ୍ଧୀ ଜୟନ୍ତୀ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା‌ରେ ଗାନ୍ଧୀ ପ୍ରେମୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଇନ୍‌ଟାକର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ପୂର୍ବାହ୍ନ ୯ଟାରେ ସିଂହଦ୍ବାର ସମ୍ମୁଖରୁ ପଦଯାତ୍ରାରେ ବାହାରି ଶରଧାବାଲି ଦଶ ଅବତାର ମଠ ନିକଟରେ ପହଞ୍ଚିଥିଲେ। ଏହି ଅବସରରେ ଶରଧାବାଲିର ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଇନ୍‌ଟାକ ଭୁବନେଶ୍ବର ଶାଖାର ଆବାହକ ତଥା ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଅବସରପ୍ରାପ୍ତ ନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ଅବସରପ୍ରାପ୍ତ ଆଇଜି ବଟକୃଷ୍ଣ ତ୍ରିପାଠୀ, ଭାରତ ସରକାରଙ୍କ ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଅବସରପ୍ରାପ୍ତ ପ୍ରଶାସକ ନିହାର ରଂଜନ ହୋତା, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଧୀର କୁମାର ଜାପାନୀ, ଭାଷାବିତ୍‌ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ସମାଜସେବୀ ପ୍ରତିମା ମିଣ୍ର, ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଗୀତିକାର ବଦ୍ରି ମିଶ୍ର, ଅଭିନେତା ରବି ତ୍ରିପାଠୀ, ପ୍ରସନ୍ନ ମିଶ୍ର, ଚକ୍ରଧର ମହାପାତ୍ର, ଭରତ ନାୟକ, ବିକ୍ରମ ସାହୁ, ପତିତପାବନ ପରିଡା, ଚାରୁଲତା ମିଶ୍ର, ବୀରେନ୍ଦ୍ରଭୂଷଣ ହୋତା, ଶିବ ସୁନ୍ଦର ମିଶ୍ର, ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠକ ଶ୍ୟାମପ୍ରକାଶ ସେନାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର