ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟସ୍ଥଳରେ ଥିବା ଐତିହ୍ୟସଂପନ୍ନ ଗାନ୍ଧୀ କୈଳାସ ପାହାଡ଼ ଜଳୁଛି। ଧୂଆଁ ବଳୟ ସୃଷ୍ଟି ହୋଇ ସାରା ସହରର ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ ପତ୍ରଝଡ଼ା ଦେଉଥିବାରୁ ଏବଂ ବସନ୍ତ ପବନ ବହୁଥିବାରୁ ନିଆଁ ପ୍ରବଳ ବେଗରେ ବ୍ୟାପିବାରେ ଲାଗିଛି। କିନ୍ତୁ ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇପାରି ନଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି। ନଚେତ୍ ପାହାଡ଼ ଚାରିପାଖରେ ରହିଥିବା ଜନବସତି ପ୍ରତି ବିପଦ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି।
ଗତକିଛି ଦିନ ତଳେ ପାହାଡ଼ରେ ନିଆଁ ଲାଗିଥିବା ବେଳେ ତାହା ଆପେ ଆପେ ଲିଭି ଯାଇଥିଲା। ଆଜି ଅପରାହ୍ଣରେ ପୁଣି ନିଆଁ ଲାଗିବାରୁ ସହରରେ ତାତି ମଧ୍ୟ ବଢ଼ିବାରେ ଲାଗିଛି। ଖବର ମିଳିବା ସୁଦ୍ଧା ଏଯାବତ୍ ନିଆଁ ଜଳୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ କାହାର ଦୃଷ୍ଟି ପଡ଼ୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ganjam-f.jpg)