ପରେଡ୍‌ ପାଇଁ ପ୍ରସ୍ତୁତ ଗାନ୍ଧୀମାର୍ଗ : ସରିଲା ଅଭ୍ୟାସ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି

ଭୁବନେଶ୍ବର : ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାନ୍ଧୀମାର୍ଗ ପ୍ରସ୍ତୁତ ହୋଇଛି। ରବିବାର ଅଭ୍ୟାସ ପରେଡ୍‌ ଶେଷ ହେବା ପରେ ପୁଲିସ ଡିଜି ଅଭୟ ଗାନ୍ଧୀମାର୍ଗର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ସାଧାରଣ ଲୋକଙ୍କୁ ପରେଡ୍‌ ଦେଖିବାକୁ ଅନୁମତି ନାହିଁ। ତେ‌େବ‌ ଏଥର ପରେଡ୍‌ରେ ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ସ୍ବୀକୃତି ନଥିବାରୁ ଡିଜି ଶ୍ରୀ ଅଭୟ କ୍ଷୋଭ ପ୍ରକାଶ କରିଥିଲେ। ‘ଏଥର ଛାତ୍ରଛାତ୍ରୀଙ୍କ ପରେଡ୍‌ ଆମେ ମିସ୍‌ କରିବୁ’ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ଅପରପକ୍ଷେ ପରେଡ୍‌ସ୍ଥଳକୁ ଯେପରି କୌଣସି ସାଧାରଣ ଲୋକ କିମ୍ବା ଛାତ୍ରଛାତ୍ରୀ ଆସିବେ ନାହିଁ, ଗହଳି ନ ହେବ, ସମସ୍ତେ କୋଭିଡ୍‌ କଟକଣା ମାନି‌ବେ; ତାହା ନିଶ୍ଚିତ କରାଇବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ ମାଓବାଦୀମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ। ସୂଚନା ମୁତାବକ, ଏଥର ପ‌ରେଡ୍‌ରେ ୧୪ଟି କଣ୍ଟିଜେଣ୍ଟ ଭାଗ ନେବେ। ଏହି କଣ୍ଟିଜେଣ୍ଟର ନେତୃତ୍ବ ନେବେ ସର୍ବକନିଷ୍ଠ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଏସ୍‌. ସୁଶ୍ରୀ। ସେ ବର୍ତ୍ତମାନ କଳାହାଣ୍ଡିରେ ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର