ଗାନ୍ଧୀଙ୍କ ଚଷମା ଓ ଅନ୍ୟାନ୍ୟ ଗଳ୍ପ ଲୋକାର୍ପିତ

ଖୋର୍ଦ୍ଧା: ମୁକୁନ୍ଦପ୍ରସାଦ ଠାରେ ଥିବା ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ଆଲୋଚନା ଅବସରରେ ଗାଳ୍ପିକ ସୁନୀଲ ବୋଷଙ୍କ ରଚିତ ଗାନ୍ଧୀଙ୍କ ଚଷମା ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଛି ।

ରାମଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହ୍ୟନିନ୍ଦିତ ମହାନ୍ତି ପୁସ୍ତକ ଉନ୍ମୋଚନ କରିଥିଲେ । ଅତିଥି ଭାବେ ନାଟ୍ୟକାର ଗୋପାଳ ଦେ, ଓଡ଼ିଶା ଏକ୍ସପ୍ରେସର ସମ୍ପାଦକ ତଥା ସାହିତି୍ୟକ ଉମାପଦ ବୋଷ, ଐତିହାସିକ ସତ୍ୟବାଦୀ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ ।  ମହାନଦୀ ବିହାର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ ଲକ୍ଷ୍ମଣ ସାହୁ, ସମରେନ୍ଦ୍ର ବଳିଆରସିଂହ ପୁସ୍ତକର ସମୀକ୍ଷା କରିଥିଲେ । ଅଧ୍ୟାପିକା ସୌଦାମିନୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଶିକ୍ଷାବିତ୍ ରାଜକିଶୋର ପ୍ରାଣିଗ୍ରାହୀ, ପୂର୍ବତନ ଅଧ୍ୟକ୍ଷ ଡ ପ୍ରମୋଦ ଚନ୍ଦ୍ର ଦାଶ, ଡ ନଟବର ସାହୁ, ଡ ଲକ୍ଷ୍ମଣ ସାହୁ, ଡ କୈଳାସ ଚନ୍ଦ୍ର ମହାରଣା, ପି୍ରୟଦର୍ଶିନୀ ମହାରଣା, ଗୀତିକାର ତି୍ରଲୋଚନ ଦାସ, କବି ନିଶିକାନ୍ତ କହଲସିଂହ, ଅନୁବାଦକ ଆଶିଷ ରାୟ, କବି ସମରଜିତ୍ ପଟ୍ଟନାୟକ, ଅବସରପ୍ରାପ୍ତ ବୈଜ୍ଞାନିକ ସନ୍ତୋଷ କୁମାର ମିଶ୍ର, ପ୍ରକାଶକ ଶାକ୍ୟସିଂହ ମହାପାତ୍ର, ଶ୍ୱେତ କୁମାର ମିଶ୍ର, ସଂଭବ ବଳିଆରସିଂହ, ସୂର୍ଯ୍ୟନାରାୟଣ ବେହୁରା, ବିଶ୍ୱନାଥ ଆଚାର୍ଯ୍ୟ,  ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ ପ୍ରମୁଖ ଅନେକ କବି, ଲେଖକ ଓ ଭାଷା-ସଂସ୍କୃତି ଗବେଷକ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର