ଜୟପୁର: ‌କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)ର ଗଣେଶ ଓ ଗୋଲାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ମଣିଷ ନୁହନ୍ତି। ଗଣେଶ ହେଉଛି ଅଗ୍ର ପୂଜ୍ୟ ଗଜାନନ ଗଣେଶଙ୍କ ମନ୍ଦିର ଓ ଗୋଲାପ ହେଉଛି ଏହା ସମ୍ମୁଖରେ ଥିବା ବିରାଟ ବଡ଼ ବଗିଚା। ଗଣେଶ ମନ୍ଦିର ସହ ଗୋଲାପ ବଗିଚା ଏକାସ୍ଥାନରେ ରହିଥିବାରୁ ଏହାକୁ ଦେଖିବା ମାତ୍ରକେ ଯେ କୌଣସି ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କୁ ଅଧ୍ୟାତ୍ମିକତା ସକାରତ୍ମକ ‌ମନୋଭାବ ଦେଖିବାକୁ ମିଳୁଛି।

Advertisment

ଡିଏଚଏଚ୍ ପରିସରରେ ଏ ଦୁଇଟି ଏକା ସ୍ଥାନରେ ରହିଥିବାରୁ ଗଣେଶ ଓ ଗୋଲାପକୁ ନେଇ ରୋଗୀ, ରୋଗୀଙ୍କ ସଂପର୍କୀୟ, ଡାକ୍ତର, ଷ୍ଟାଫନର୍ସ, ଫାର୍ମାଶିଷ୍ଟ ଓ କର୍ମଚାରୀମାନେ ବି ଏଠାରେ କିଛିକିଛି ସମୟ ଅତିବାହିତ କରି ମନକୁ ହାଲୁକା କରୁଥିବା ଦେଖିବାକୁ ମିଳିଛି। ଡିଏଚ୍‌ଏଚ୍‌ର କର୍ମଚାରୀମାନେ ଚାନ୍ଦା କରି ଗଣେଶ ମନ୍ଦିର ସ୍ଥାପନ କରିଛନ୍ତି। ପୂର୍ବରୁ ଏହି ସ୍ଥାନ ଖାଲି ରହିଥିଲା। କିଛି ଷ୍ଟାଫ ନର୍ସମାନେ ମନ୍ଦିର କରିବାକୁ ନିଷ୍ପତ୍ତି ନେଇଥିଲେ। ବାକି ସବୁ କର୍ମଚାରୀ ଏଥିରେ ସହଯୋଗର ହାତ ବଢ଼ାଇବା ପରେ ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିର ନିର୍ମାଣ, ପଥରର ଗଣେଶ ମୂର୍ତ୍ତି ଓ ସାଜସଜ୍ଜା ପାଇଁ ସବୁ କର୍ମଚାରୀ ସହଯୋଗ କରିଥିଲେ।

publive-image

ସେହିଭଳି ଏହାରି ପରିସରରେ ଗତ ୫ବର୍ଷ ହେବ ଗୋଲାପ ବଗିଚା କରାଯାଇଥିଲା। ସଂପ୍ରତି ଏଠାରେ ୧୧୦ଟି ବିଭିନ୍ନ ରକମର ଗୋଲାପ ଫୁଲର ଗଛ ରହିଛି। ସବୁ ଦିନ ବିଭିନ୍ନ ଫୁଲ ପୁଟୁଛି। ଏବେ ପୁଣି ବଗିଚାର ସାଜସଜ୍ଜା ପାଇଁ ଆଉ କିଛି ଗଛ ବି ଡିଏଚଏଚ ପକ୍ଷରୁ ଅଣାଯାଇଛି। ନୂଆରେ ନିର୍ମାଣାଧିନ ଥିବା ୭ମହଲା ସମ୍ମୁଖରେ ବି ଏଭଳି ଗୋଲାପ ଫୁଲର ବଗିଚା ସହ ଗଣେଶ ମନ୍ଦିରଟିଏ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।