ମୂଷା ଜାଳିଦେଲା ଗଣେଶ ମେଢ଼

ବୁଗୁଡା :ବୁଗୁଡା ଥାନା ରାମଣ୍ଡା ଗ୍ରାମର ଗଙ୍ଗାସାଗର ଠାରେ ନିର୍ମାଣ ହୋଇଥିବା ଗଣେଶ ମେଢ ଗତକାଲି ରାତିରେ ଜଳିଯାଇଛି। ତେବେ ଗଣେଶ ପାଦ ତଳେ ଲାଗିଥିବା ସଞ୍ଜ ସଳିତାକୁ ମୂଷା ନେଇ ପେଣ୍ଡାଲ ପ୍ରସ୍ତୁତ ହୋଇଥିବା ସ୍କ୍ରିନ ପାଖରେ ପକାଇଦେବା ଫଳରେ ସେଠାରୁ ନିଆଁ ବାହାରି ମେଢର ଅର୍ଦ୍ଧାଧିକ ପୋଡି ଯାଇଥିଲା। ଆୟୋଜକମାନେ ଠାକୁରଙ୍କ ପାଖରେ ଏକ ପୋଷା ଧଳାମୂଷା ଛାଡିଦେଇଥିଲେ। ସେହି ମୂଷା ହିଁ ରାତିରେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର