ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ଆରମ୍ଭ ହୋଇଯାଇଛି। ଏହି ଗଣେଶ ପୂଜା ପାଳନ ଅବସରରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି। ଗତ ଦୁଇବର୍ଷ ହେବ କରୋନା ପାଇଁ ‌ସହରରେ ଉତ୍ସାହ ଦେଖିବାକୁ ମିଳିନ ଥିଲା।

Advertisment

ସହରର ସରବାହାଲ, ଝଣ୍ଡାଚୌକ, ରେଳଷ୍ଟେସନ, ବେହେରାମାଲ, ବିଟିଏମ୍‌, ଏକାତାଲି, ପୁରୁଣାବସ୍ତି, ବୁଡାପଡା, ବୁରୋମାଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ, ବିଭିନ୍ନ କ୍ଲବ ଏବଂ ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଆରମ୍ଭ ହୋଇଯାଇଛି। ରାତିରେ ଆଲୋକ ମାଳାରେ ସାରା ସହର ଝଲସି ଉଠୁଛି। ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଦିନ ଧାର୍ଯ୍ୟ ହୋଇଛି। ୧୦ ଦିନ ଧରି ହେବାକୁ ଥିବା ଏହି ପୂଜା ଦେଖିବା ପାଇଁ ସହରରେ ପ୍ରବଳ ଗହଳି ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।