କେନ୍ଦ୍ରାପଡ଼ା: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି। ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଜଣ ଟାଣୁଆ ନେତା କଂଗ୍ରେସ ଛାଡ଼ିବା ଘଟଣା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପରେ ଏବେ ଦଳର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଗଣେଶ୍ବର ବି ବିଜେଡିରେ ମିଶି କେନ୍ଦ୍ରାପଡ଼ାର ବିଧାନସଭା ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି।
ଗଣେଶ୍ବର କଂଗ୍ରେସ ଛାଡି ବିଜେଡିରେ ଯୋଗଦେବାକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲେ ବି ସେ ତାହାକୁ ବାରମ୍ବାର ଖଣ୍ତନ କରି ଆସୁଥିଲେ। ଆଜି ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ବର ଗଣମାଧୢମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ କ˚ଗ୍ରେସରେ ରହି ବିଧାନସଭା ଯିବା ସମ୍ଭବନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି। ଶେଷସମୟରେ କ˚ଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି। ତାଙ୍କୁ ନିର୍ବାଚନ କମିଟିରୁ ବାଦ୍ ଦିଆଯାଇଥିଲା। ଏହା ତାଙ୍କର ସହକର୍ମୀ ଓ ଅନୁଗତ ମାନଙ୍କୁ ବହୁମାତ୍ରାରେ ଆଘାତ ଦେଇଥିଲା। କିନ୍ତୁ ଏହି ଆଘାତକୁ ସେ ହଜମ କରି ଦେଇଥିଲେ। ଦଳରେ ରହିବା ଭିତରେ କେବେ ବି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କ˚ଗ୍ରେସର କ୍ଷତି କଲା ଭଳି ସେ କୌଣସି କାମ କରିନାହାନ୍ତି। ଖୁବ୍ଶୀଘ୍ର ସେ ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି ସ˚କ୍ରାନ୍ତରେ ଜଣାଇବେ ବୋଲି ଗଣେଶ୍ବର କହିଛନ୍ତି।