ଗଣେଶ୍ବର ବେହେରା ଓଡିଶା ପ୍ରଦେଶ କଂଗ୍ରେସର ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ନିଯୁକ୍ତ

ନୁଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ରୁପେ ଗଣେଶ୍ବର ବେହେରାଙ୍କୁ ନିଯୁକ୍ତି ଦେଇଛନ୍ତି। ମିଡିଆ ଓ ଯୋଗାଯୋଗ ବିଭାଗର ଆବାହକ ରୁପେ ସତ୍ୟପ୍ରକାଶ ନାୟକଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଏଥିରେ ୨୦ ଜଣ ସଦସ୍ୟ ରହିଛନ୍ତି।

୨୦ ଜଣ ସଦସ୍ୟମାନଙ୍କ ମଧ୍ୟରେ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଅଧିରାଜ ପାଣିଗ୍ରାହୀ, ବିଜୟଲକ୍ଷ୍ନୀ ସାହୁ, ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନେନ୍ଦ୍ର ବେହେରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାଶ, ବିନାୟକ ଦାଶ ମହାପାତ୍ର, ଡ.ହମିଦ ହୁସେନ, ସସ୍ମୀତା ବେହେରା, ଡ.ଗୋବିନ୍ଦ ଚନ୍ଦ୍ର ଭୁୟାଁ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ଅମୀୟ ପାଣ୍ଡେ, ରଜନୀ ମହାନ୍ତି ଏବଂ ନିଶିକାନ୍ତ ମିଶ୍ର ରହିଛନ୍ତି।

ମିଡିଆ ଓ ଯୋଗାଯୋଗ ବିଭାଗର କୋଅର୍ଡିନେଟର ରୁପେ ଦୀପକ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ, ଆବାହକ, କୋଅର୍ଡିନେଟର ତଥା ସଦସ୍ୟମାନଙ୍କର ନିଯୁକ୍ତି ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅନୁମୋଦନ କରିଥିବାର କଂଗ୍ରେସର ସାଧାରଣ ସଂପାଦକ କେ.ସି.ଭେନୁଗୋପାଳଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି।

ସମ୍ବନ୍ଧିତ ଖବର