ଭୁବନେଶ୍ବର: ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା। ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଗଣେଶ୍ୱର ବେହେରାଙ୍କର କେନ୍ଦ୍ରାପଡ଼ା ବିଧାନସଭା ଆସନରେ ନିଜର ପ୍ରଭାବ ରହିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି।
/sambad/media/post_attachments/wp-content/uploads/2024/04/46d558fd-6f55-451e-8b9a-a2fa4ae0a82f.jpeg)
ପ୍ରାୟ ବର୍ଷେ ହେଲା ସେ ବିଜେଡି ସହ ଯୋଗାଯୋଗରେ ଥିବା କୁହାଯାଉଛି। ସେ ବିଜେଡିରେ ବି ଯୋଗ ଦେବେ ବୋଲି ସୂଚନା ରହିଛି। ଏଥର ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଗଣେଶ୍ବରଙ୍କୁ ଯଦି ବିଜେଡି ଦଳରେ ସାମିଲ କରିବାରେ ସଫଳ ହୁଏ, ତେବେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର କଂଗ୍ରେସ ଭୋଟ ହୁଏତ ବିଜେଡି ପଟକୁ ଚାଲି ଆସିବ ବୋଲି ନେତୃବୃନ୍ଦ ଆକଳନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ganeswar-behera-m9-750x430-1.jpg)