ଗଙ୍ଗା-ଯମୁନାଙ୍କର ଗୋଟାଏ ହୃତପିଣ୍ଡ, ଗୋଟିଏ ଯକୃତ

କଟକ: କଟକସ୍ଥିତ ଶିଶୁ ଭବନରେ ଚିକିିତ୍ସିତ ହେଉଥିବା ଯୋଡ଼ା ପେଟ ନବଜାତକ ଯାଆଁଳା ଶିଶୁ ଗଙ୍ଗା-ଯମୁନାଙ୍କର ଗୋଟାଏ ହୃତପିଣ୍ଡ (ହାର୍ଟ) ରହିଛି ବୋଲି ମେଡିକାଲ୍‌ ଟେଷ୍ଟ୍‍ ପରେ ରିପୋର୍ଟ ଆସିଛି। ସେମାନଙ୍କର ମଧ୍ୟ ଗୋଟାଏ ଯକୃତ (ଲିଭର) ରହିଛି ବୋଲି ଏହି ମେଡିକାଲ୍‌ ଟେଷ୍ଟରୁ ଜଣାପଡ଼ିଛି । ରିପୋର୍ଟ ଆସିବା ପରେ କଟକ ଶିଶୁ ଭବନର ଅଧୀକ୍ଷକ ସରୋଜ ଶତପଥୀ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ଚଳିତମାସ ୨ ତାରିଖରେ ନୟାଗଡ଼ରେ ପେଟ ଛାତି ଯୋଡ଼ି ହୋଇଥିବା ଯାଆଁଳା ଶିଶୁ ଗଙ୍ଗା-ଯମୁନା ଜନ୍ମ ଲାଭ କରିବା ପରେ ସେମାନଙ୍କୁ ଚିକିତ୍ସା ଳାଗି କଟକ ଶିଶୁଭବନକୁ ଅଣାଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ନିଆଯାଇ ସେମାନଙ୍କୁ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସେମାନେଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧୨ ଜଣିଆ ଡାକ୍ତରୀ ଦଳ ନିୟୋଜିତ କରାଯାଇଥିଲା।

ସମ୍ବନ୍ଧିତ ଖବର