ନର୍ଲା : ନର୍ଲା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ଯ୍ୟରତ ଫଗନୁ ସୁନା (୫୬)ଙ୍କ ଗତ ବୁଧବାର ମୃତ୍ୟୁ ଘଟିଛି। ଦିନସାରା ସେ କାର୍ଯ୍ୟରେ ରହିଥିବାରୁ ପ୍ରବଳ ଖରାତାତି ଯୋଗୁ ଅଂଶୁଘାତଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ସୂଚନାମତେ, ବୁଧବାର ଫଗନୁ ରାୟଗଡ଼ାରୁ ସମ୍ବଲପୁର ଯାଉଥିବା ଇଣ୍ଟରସିଟି ଟ୍ରେନ୍‌ରେ ଅମ୍ବାଦଳାରୁ ଆସି ନର୍ଲା ଷ୍ଟେସନରେ ଅପରାହ୍ଣ ୩ଟାରେ ଓହ୍ଲାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି ଦିନ ରାତି ୯ଟାରେ ଷ୍ଟେସନର ୧ନଂ ପ୍ଲାଟ୍‌ଫର୍ମର ପାଚେରି ପାର୍ଶ୍ବରେ ସେ ପଡ଼ିଥିବା ଦେଖି କିଛି କର୍ମଚାରୀ ପାଖକୁ ଯାଇଥିଲେ। ସେଠାରୁ ତାଙ୍କୁ ଉଠାଇବା ପାଇଁ କର୍ମଚାରୀମାନେ ଚେଷ୍ଟା କରିଥିଲେ ହେଁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ସେମାନେ ଆସିବା ପରେ ଶବ ଉଦ୍ଧାର କରାଯାଇ ସାନ୍ଦୁଲ ନଦୀ କୂଳରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତେବେ ଫଗନୁଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଇଛି।