ନାବାଳିକାଙ୍କୁ ଗଣଦୁଷ୍କର୍ମ: ୪ ଗିରଫ

ରାଉରକେଲା: ବିଶ୍ରା ବ୍ଲକ ଉଡସୁ ପଞ୍ଚାୟତରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ବିଶ୍ରା ପୁଲିସ ଚାରି ଦୁଷ୍କର୍ମକାରୀକୁ ଗିରଫ କରିଛ। ସେମାନେ ‌ନେଲେ ବିଶ୍ରା ଉଡୁସୁ ପଞ୍ଚାୟତ ଅନ୍ତର୍ଗତ ଚେଙ୍ଗଝରଣର କାର୍ଲସୁ ମୁଣ୍ଡା (୨୮), ସମରା ମହାତୋ (୨୪), ବିକାଶ ଓରାମ (୨୨) ଓ ବିର୍‌ସା ମୁଣ୍ଡା (୨୪)। ମଙ୍ଗଳବାର ଡାକ୍ତରୀମାଇନା ପରେ ସମସ୍ତଙ୍କୁ ସୁନ୍ଦରଗଡ଼ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ମୁତାବକ କିଛିଦିନ ତଳେ ନାବାଳିକା ଜଣକ ଘର ନିକଟସ୍ଥ ନାଳ ପାଖ ପଡିଆକୁ ‌ଶୌଚ କରିବାକୁ ଯାଇଥିଲେ। ନାବାଳିକାଙ୍କୁ ଏକାକୀ ଦେଖି ଗିରଫ ଚାରି ଯୁବକ ନାଳ ନିକଟରେ ପହଞ୍ଚିଥିଲେ। ନାବାଳିକାକୁ ଜୋରଜବରଦସ୍ତ ନାଳ ପାଖକୁ ଟେକି ନେଇ ଜଣେ ପରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ନାବାଳିକା ଜଣକ ଘରେ ପହଞ୍ଚି ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିଥିଲେ। ବିଶ୍ରା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ।

ସମ୍ବନ୍ଧିତ ଖବର