କଟକ: ଗ୍ୟାଙ୍ଗ୍ଷ୍ଟର ହାଇଦର୍ କଟକସ୍ଥିତ ଏସ୍ସିବି ମେଡିକାଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏସ୍ସିବିର ସର୍ଜରୀ ବିଭାଗର ୫ ନମ୍ବର ୱାର୍ଡ କ୍ୟାବିନ୍ରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୁଲିସକୁ ଚକମା ଦେଖାଇ ସେ ଫେରାର ହୋଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ହାଇଦରକୁ ଜଗିବା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ସେ ଫେରାର୍ ହୋଇଯାଇଥିବା ସୂଚନା ରହିଛି।
ବିଭିନ୍ନ ସଙ୍ଗୀନ ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ହାଇଦର ଆଜୀବନ ଜେଲଦଣ୍ଡ ଭୋଗୁଥିଲା। ସେବେଠାରୁ ସେ ଜେଲରେ ଦିନ କାଟୁଥିଲା। କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ନହେବାରୁ କଟକ ଏସ୍ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ହାଇଦର୍ ଫେରାର ହୋଇଯିବା ପରେ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରାଯାଇଛି। ବହୁ ସଂଖ୍ୟକ ପୁଲିସ୍ ଟିମ୍ ଗଠନ କରାଯାଇ ତଲାସୀ ଅଭିଯାନ କରାଯାଉଛି।
ଫେରାର ହୋଇଯିବା ପରେ ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଟକ ଡିସିପିଙ୍କୁ ହାଇଦରକୁ ଠାବ କରିବା ପାଇଁ ମଧ୍ୟ ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୮ ଜୁନ୍ ମାସରେ କେନ୍ଦ୍ରାପଡ଼ା ବାରିମୂଳ ଉପକାରଗାରରୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର୍ର ପୁଅ ସେକ୍ ଅଜୋ ଉପକାରାଗାର ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ହାଇଦର୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Gangstar-hyder-escaped-10_Thumb.jpg)