ଭୁବନେଶ୍ବର: ଅନ୍ତଃରାଷ୍ଟ୍ରୀୟ ସ୍ମଗ୍ଲର୍ ଓ ମାଫିଆଙ୍କ ଗଳାବାଟ ସାଜିଥିବା ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିରାଟ ସଫଳତା ମିଳିଛି ଇମିଗ୍ରେସନ୍ ଟିମ୍କୁ। କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ତଥା ପଞ୍ଜାବ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଜୀବନ ସିଂହକୁ କାବୁ କରିଛି। ଦେଶ ଛାଡ଼ି ଦୁବାଇରେ ରହୁଥିବା ଜୀବନ ନାଁରେ ଭାରତରେ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ ସହିତ ସୀମାପାର ନିଶା କାରବାର, ହତ୍ୟା, ମାରଣାସ୍ତ୍ର ଚାଲାଣ ଭଳି ୫୦ରୁ ଅଧିକ ସଙ୍ଗିନ ମାମଲା ରହିଛି। ତା’ର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହିତ ମଧ୍ୟ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି।ଜୀବନ ନାମରେ ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଥିବା ବେଳେ ପଞ୍ଜାବ ପୁଲିସ ଜୀବନକୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦେଇଥିଲା। ଦୁବାଇରୁ ବିମାନରେ ଭୁବନେଶ୍ବର ପହଞ୍ଚିବା ପରେ ତାକୁ ଇମିଗ୍ରେସନ୍ ଟିମ୍ ଦ୍ବାରା ଚିହ୍ନଟ କରାଯାଇ ଗିରଫ କରାଯାଇ ପଞ୍ଜାବ ପୁଲିସକୁ ଯୋଗାଯୋଗ କରାଯାଇଥିଲା। ଆଜି ପଞ୍ଜାବ ପୁଲିିସ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡ୍ରେ ନେଇଛି। ଭୁବନେଶ୍ବରକୁ ଆମଦାନୀ ହେଉଥିବା ଦାମୀ ନିଶା ସିଗାରେଟ୍ ଚାଲାଣରେ ଜୀବନ ଗ୍ୟାଙ୍ଗ୍ର ହାତ ଥିବା ସନ୍ଦେହ କରାଯାଉଛି।
Examination: ଭଦ୍ରକ ଜିଲ୍ଲାରେ ୨୨ ହଜାର ଛାତ୍ର ଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା
ପଞ୍ଜାବ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିଲା
ଦୁବାଇରୁ ଭାରତରେ ନିଶା, ବଟି କାରବାର ଅପରେଟ୍ କରୁଥିଲା
ଭୁବନେଶ୍ବରକୁ ଦାମୀ ସିଗାରେଟ ଚାଲାଣ ପଛରେ ହାତ
ସୂଚନା ଅନୁସାରେ ଜୀବନ ପଞ୍ଜାବ, ହରୟାଣା, ଦିଲ୍ଲୀରେ ବିଭିନ୍ନ ଗ୍ୟାଙ୍ଗ୍ ସହିତ ଜୀବନ ସଂପୃକ୍ତ। ସେ ନିଶାଦ୍ରବ୍ୟ ଚାଲାଣ ସହିତ ବନ୍ଧୁକ, ମାରଣାସ୍ତ୍ର ଚାଲାଣ, ବଟି ଆଦାୟ, ହତ୍ୟା ଭଳି ମାମଲାରେ ସଂପୃକ୍ତ ଥିବାରୁ ପଞ୍ଜାବ ପୁଲିସର ମୋଷ୍ଟ୍ ୱାଣ୍ଟେଡ଼୍ ତାଲିକାକୁ ଆସିଥିଲା। ଏହାପରେ ଦେଶ ଛାଡ଼ି ଦୁବାଇ ପଳାଇ ସେଠାରେ ପୂର୍ବରୁ ଥିବା କିଛି ଗ୍ୟାଙ୍ଗ୍ଷ୍ଟରଙ୍କ ସହିତ ମିଶି ସିଗାରେଟ୍ ବ୍ୟବସାୟ ଆରମ୍ଭ କରିଥିଲା। ଅନେକ ସମୟରେ ଭୁବନେଶ୍ବର ବିମାନବନ୍ଦରରୁ ଯେଉଁ ଦାମୀ ସିଗାରେଟ୍ ଜବତ ହେଉଥିଲା ଏହାରି ପଛରେ ଜୀବନର ହାତ ଥିବା ପ୍ରମାଣ ରହିଥିଲା। ଏହାରି ମଧ୍ୟରେ ଅଭିଯୁକ୍ତକୁ ଧରିବାକୁ ପଞ୍ଜାବ ପୁଲିସ ଇଣ୍ଟରପୋଲ୍ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା। ଅଭିଯୁକ୍ତ କୌଣସି କାମରେ ଦୁବାଇରୁ ସିଧା ବିମାନ ସହାୟତାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଇମିଗ୍ରେସନ୍ ଟିମ୍ ଅଭିଯୁକ୍ତକୁ କାବୁ କରି ଏୟାରପୋର୍ଟ ଥାନାକୁ ହସ୍ତାନ୍ତର କରିଥିଲେ। ପରେ କମିସନରେଟ୍ ପୁଲିସ ପଞ୍ଜାବ ପୁଲିସକୁ ଖବର ଦେବା ପରେ ପଞ୍ଜାବ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଭୁବନେଶ୍ବର କୋର୍ଟରେ ହାଜର କରି ୪ ଦିନିଆ ରିମାଣ୍ଡ୍ରେ ନେଇଛି।
Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍ଆଇଭି ପଜିଟିଭ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/06/arrest-2025-08-06-00-47-23.jpg)