ଜେଲରୁ ବାହାରିଲା ଗ୍ୟାଙ୍ଗଷ୍ଟର ସକିଲ୍

କଟକ-ମହାନଦୀ ବିହାର : କଟକ କେସରପୁର ଅଂଚଳର ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ ଜେଲରୁ ବାହାରିଛି। ନିର୍ବାଚନ ସରି ଯାଇଥିଲେ ବି ବିଭିନ୍ନ କାରଣରୁ ସକିଲ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ କମିଶନରଟେ ପୁଲିସର ସ୍ପେସାଲ ସ୍କ୍ବାଡ ଏବେ ସକିଲର ଗତିବିଧି ଉପରେ ନଜ଼ର ରଖିଛି। ସକିଲ କିନ୍ତୁ ନିର୍ବାଚନ ସମୟରେ ଜେଲରୁ ମୁକୁଳିବା ପରେ ରାଜ୍ୟ ବାହାରକୁ ପଳାଇଥିବା ସୂଚନା ମିଳିଛି। ପୂର୍ବରୁ ସକିଲ ମଙ୍ଗଳାବାଗ ଥାନା ଏବଂ ସ୍ପେସାଲ ସ୍କ୍ବାଡ ପୁଲିସ ଦ୍ୱାରା ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନିଜ ଭଉଣୀ ଘରେ ଥିବା ବେଳେ ଧରା ପଡିଥିଲା। ସକିଲ ସାଙ୍ଗରେ ଆକ୍ରମ ଖାଁ ଓ ଶେଖ ସୋନାକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏହା ପରେ ସକିଲ ଏବଂ ତା ଗ୍ୟାଙ୍ଗର ୫ ସହଯୋଗୀଙ୍କୁ ପୁଲିସ କେସରପୁର ବୋମାମାଡ, ହାଡ଼ିଆ ପଠାରେ ପୁଲିସ ଉପରକୁ ଗୁଳି ମାଡ, ରିକି ଗୁଳିମାଡ଼, ଟୁବୁ ତ୍ରିପାଠୀଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ ଏବଂ ଆଶୀର୍ବାଦ ବେହେରାଙ୍କ ଘର ଉପରକୁ ବୋମା ମାଡ ଘଟଣାରେ ରିମାଣ୍ଡରେ ଆଣିଥିଲା। କିନ୍ତୁ ସକିଲ ପ୍ରାୟ ୮ ଟି ଘଟଣାରେ ଜାମିନ ପାଇଥିବା ସୂଚନା ମିଳିଛି। ସକିଲ କଟକକୁ ଫେରିବା ଏବେ ଗ୍ୟାଙ୍ଗୱାର ଆଶଙ୍କାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର