କେନ୍ଦ୍ରାପଡ଼ା : ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଅପହରଣ କରି ଦାଦା ବଟି ଆଦାୟ ଘଟଣାରେ ଗ୍ୟାଙ୍ଗଷ୍ଟର୍ ଟିଟୋ ଓରଫ ସୟଦ୍ ଉସମାନ୍ ଅଲ୍ଲୀକୁ କେନ୍ଦ୍ରାପଡ଼ା ପୁଲିସ୍ ଜେରା କରିଛି। ୨୦୧୭, ସେପ୍ଟେମ୍ବର ୯ ତାରିଖରେ ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଘରୁ ଅପହରଣ କରି ନିଆଯାଇଥିଲା। ଏ ନେଇ ଥାନାରେ କୌଣସି ଏତଲା ନହେବାରୁ ଘଟଣା ରହସ୍ୟାବୃତ୍ତ ହୋଇ ରହିଥିଲା। ଏବେ କିନ୍ତୁ ଟିଟୋ ଗିରଫ ହେବା ପରେ ତା’ ବିରୋଧରେ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ, କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଟିଟୋ ସହଯୋଗୀ କମଳାକାନ୍ତ ଚଇନିଙ୍କୁ କେନ୍ଦ୍ରାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇଥିଲା। ଜାମିନ ଆବେଦନ ନାମଞ୍ଜୁର କମଳାକାନ୍ତଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।
ଅପହରଣ ମାମଲାରେ ଟିଟୋକୁ ଜେରା
ସହଯୋଗୀ କୋର୍ଟରେ ହାଜର
/sambad/media/post_attachments/wp-content/uploads/2018/08/tito-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)