ଟିଟୋର ଅାଉ ଦୁଇ ସହଯୋଗୀ ଗିରଫ

ରାଜନଗର: ଟେଣ୍ଡର ଫିକ୍ସିଂ ଓ ଦାଦାବଟି ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ୍‌ ଅଲ୍ଲୀର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗିରଫ କରିଛି। ଗିରଫ ହୋଇଥିବା ଟିଟୋର ଦୁଇ ସହଯୋଗୀଙ୍କ ନାମ ସରୋଜ ପତି (୩୧) ଓ  ବଟୁ ଓରଫ ବଟକ୍ରିଷ୍ଣା ପାଣି (୪୫)।  କେନ୍ଦ୍ରପଡା ଜିଲ୍ଲାର ମହିପାଳ ଗ୍ରାମର  ବୈରାଗୀଚରଣ ପତିଙ୍କ ପୁଅ ହେଉଛି ସରୋଜ ପତି। ସେହିପରି ବଟକ୍ରିଷ୍ଣା ଖୋର୍ଦ୍ଧା ଜିଲ୍ଲାର କୁଶପଲ୍ଲା ଗ୍ରାମର ରାଜକିଶୋର ପାଣିଙ୍କ ପୁଅ ବୋଲି ଜଣାପଡ଼ିଛି। ଏହି ଦୁହିଁଙ୍କ ନାମରେ ଅନେକ ଅପରାଧିକ ମାମଲା ଯେପରି ଟେଣ୍ଡର ଫିକ୍ସିଂ, ଦାଦା ବଟି ଅଦାୟ, ହତ୍ୟା ଆଦି ମାମଲା ରୁଜୁ ହୋଇଛି। ବଟୁ ପାଣି ବେଆଇନ୍‌ ଗୋରୁ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ବି ଜଣାପଡ଼ିଛି।  ଯାଞ୍ଚ ସମୟରେ ବଟୁଠାରୁ ବେଆଇନ୍‌ ବନ୍ଧୁକ ବି ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ୍‌ ଅଲ୍ଲୀଙ୍କ ସମେତ ମାଛୁ ଓରଫ ସୟଦ ଆଦାସୁଦ କାଦିର,ସେକ୍‌ ଅବଦୁଲା ଓରଫ ରାଜେଶ, ଜାହାଙ୍ଗିର ଖାନ୍‌, ଇମତିଆଜ ଖାଁ ଓରଫ ବାବୁ, ମହମ୍ମଦ ଅବଦୁଲା ଆସିଫ ଓରଫ ଗୋଲଡେନ୍‌ ପପୁକୁ ରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ଟିଟୋ ଓ ତାର ୫ଜଣ ସହାଯୋଗୀଙ୍କ ଜାମିନ୍‌ ପାଇଁ ପଟ୍ଟାମୁଣ୍ଡାଇ ଆଡିସ୍‌ନାଲ୍‌ ସେକ୍ସନ୍‌ କୋର୍ଟରେ ଆବେଦନ କରାଯାଇଛି।

ସମ୍ବନ୍ଧିତ ଖବର