ଲଗାମଛଡ଼ା ହେଉଛି ନିଶା ବଜାର : ଗଞ୍ଜେଇ ଚାଷକୁ ନେଇ ବଢିଲାଣି ଚିନ୍ତା

୯ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଭାଗ, ଚାଷ ବଢୁଛି, ମାଫିଆ ବି ସକ୍ରିୟ

ଭୁବନେଶ୍ୱର : ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱର କ୍ରମଶଃ ଦୃଢୀଭୂତ ହେଉଥିବା ବେଳେ ରାଜ୍ୟରେ ଗଞ୍ଜେଇ ଚାଷ ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଖୋଦ୍‌ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବେଆଇନ ଗଞ୍ଜେଇ ଚାଷ, ସଂରକ୍ଷଣ, ପରିବହନ ଓ ବେପାର ଏକ ବିପଦଜନକ ସ୍ଥିତିେର ପହଞ୍ଚିଗଲାଣି। ତୁରନ୍ତ ଏ ନେଇ ଜିଲ୍ଲାସ୍ତରୀୟ ବୈଠକ କରି ବିସ୍ତୃତ ରଣନୀତି ପ୍ରସ୍ତୁତ କରିବା ଲାଗି ଶ୍ରୀ ଧଳ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଅଧିକ ଗଞ୍ଜେଇ ଚାଷ ହେଉଥିବା ବୌଦ୍ଧ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ଅନୁଗୁଳ, ସମ୍ବଲପୁର ଓ ଦେବଗଡ ଭଳି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଚିବ ଜଣାଇଛନ୍ତି ଯେ ଏସବୁ ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ କାରଣରୁ ସାମଗ୍ରିକ ଭାେବ ସମାଜ ଉପରେ ଏହାର ଏକ ପ୍ରତିକୂଳ ପ୍ରଭାବ ପଡୁଛି। ବେଆଇନ ଗଞ୍ଜେଇ ଚାଷକୁ ରୋକିବା ଲାଗି ସମନ୍ବିତ ରଣନୀତି ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ବିେଶଷକରି ଯେଉଁ ସବୁ ଅଞ୍ଚଳରେ ବେଆଇନ ଭାେବ ଗଞ୍ଜେଇ ଚାଷ ହେଉଛି, ସେଠାରେ ଲୋକମାନଙ୍କ ମଧ୍ୟରେ ଏହାର ଅପକାରିତା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଦରକାର। କେବଳ ସେତିକି ନୁେହଁ,ଯେଉଁମାନେ ଅପରାଧୀ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କେଉଁ କେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି, ତାହାର ଚିହ୍ନଟ ଲାଗି ବ୍ୟାପକ ସର୍ଭେ କରିବା ଉପରେ ବିଭାଗ ଗୁରୁତ୍ବାେରାପ କରିଛି।

ଉେଲ୍ଲଖଥାଉକି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାେର ଜିଲ୍ଲାସ୍ତରରେ ଏକ କମିଟି ରହିଛି, େଯଉଁଥିେର ପୁଲିସ ଏସପି, ଜଙ୍ଗଲ ବିଭାଗ ଅଧିକାରୀ, ରାଜସ୍ବ ବିଭାଗ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ନିୟମିତ ବ୍ୟବଧାନରେ ବସିବା କଥା ଓ େବଆଇନ ଗଞ୍ଜେଇ ଚାଷ ବିେରାଧରେ କଡ଼ା କାର୍ଯ୍ୟାନୁଷ୍ଠାନ େନବା କଥା।
କୌତୂହଳର କଥା େହଉଛି, ଏସବୁ ବ୍ୟବସ୍ଥା ଥାଇ ମଧ୍ୟ ଆଜି ଦିନରେ େବଆଇନ ଗଞ୍ଜେଇ ଚାଷରେ ଓଡ଼ିଶା େରକର୍ଡ କରିଛି। ତାର କାରଣ େହଉଛି, େବଆଇନ ଗଞ୍ଜେଇ ଚାଷ ଓ କାରବାର ପଛରେ ମାଓବାଦୀଙ୍କ ହାତ ରହିଛି ଓ କେତେକ ଅବକାରୀ ଏବଂ ପୁଲିସ କର୍ମଚାରୀ୍କମାନଙ୍କର ମଧ୍ୟ। େକାରାପୁଟ ସମେତ ଏକାଧିକ ଜିଲ୍ଲାରେ ଏହାର ଉଦାହରଣ େଦଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୫-୧୬ରେ ସମଗ୍ର ରାଜ୍ୟରେ ୨୪୫୭ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିଲା। ୨୦୧୬-୧୭ରେ ୩୫୯୯ ଏକର ଓ ୨୦୧୭-୧୮ରେ ୪୪୦୭ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଅର୍ଥାତ୍ ଦିନକୁ ଦିନ ଅଧିକରୁ ଅଧିକ େବଆଇନ ଗଞ୍ଜେଇ ନଷ୍ଟ େହଉଛି। ଅନ୍ୟପକ୍ଷରେ ଏହି ପରିସଂଖ୍ୟାନ ଏକଥା ବି ସୂଚାଉଛି େଯ ରାଜ୍ୟ ସରକାର ଏେତ ସକ୍ରିୟ େଯ ରାଜ୍ୟରେ େବଧଡକ ଭାବେ ଗଞ୍ଜେଇ ଚାଷ ଚାଲିଛି। ସରକାର େଯତିକି ନଷ୍ଟ କରୁଛନ୍ତି, ମାଫିଆ େସତିକି ଅଧିକ ଗଞ୍ଜେଇ ଚାଷ କରୁଛନ୍ତି ଓ ଗଞ୍ଜେଇ ଚାଲାଣ ପରିମାଣ ମଧ୍ୟ ବଢିବାେର ଲାଗିଛି।

ସବୁଠାରୁ ଚାଞ୍ଚଲ୍ୟକର କଥା େହଉଛି, ବାହାର ରାଜ୍ୟର ମାଫିଆଙ୍କ ଦୃଷ୍ଟି ଏବେ ଓଡ଼ିଶାର ଗଞ୍ଜେଇ ଚାଷ ଉପରେ ପଡିଛି। ବର୍ଷକୁ ଶତାଧିକ େକାଟି ଟଙ୍କାର ଗଞ୍ଜେଇ ଚାଲାଣ େହଉଛି ଓଡ଼ିଶାରୁ। େବଧଡ଼କ ଭାବେ ଏହି କାରବାର ଚାଲିଛି। ହାତଗଣତି କିଛି ଘଟଣାକୁ ଛାଡିଦେଲେ ପୁଲିସ ଏ ସଂପର୍କରେ େଟର୍ ବି ପାଉନାହିଁ।

ଗତ ଫେବ୍ରୁଆରି ମାସରେ ନୂଆଦିଲ୍ଲୀରେ ସ୍ବତନ୍ତ୍ର ସ୍କ୍ବାଡ୍ ୫୪୦ କେଜି ଗଞ୍ଜେଇ ଜବତ କରିଥିଲେ। ଜୁନ୍‌ରେ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୯୭୦ କିଲୋଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା ସେହି ଦିଲ୍ଲୀରୁ। କେବଳ ନୂଆଦିଲ୍ଲୀ ନୁହେଁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ହରିଆଣା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନକୁ ଓଡ଼ିଶାରୁ ନିୟମିତ ବ୍ୟବଧାନରେ ଶହ ଶହ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ନିକଟରେ କୋରାପୁଟରୁ ଜବତ ୩ହଜାର କେଜି ଗଞ୍ଜେଇ ଘଟଣାରେ ମଧ୍ୟ ଯେଉଁ ଅଭିଯୁକ୍ତ ଗିରଫ ହୋଇଥିଲେ, ସେମାନେ ମଧ୍ୟପ୍ରଦେଶ ଓ ପଶ୍ଚିମ ଦିଲ୍ଲୀର େବାଲି ଜଣାପଡିଛି। େହଲେ ଏେତ ବଡ଼ ନିଶା ବଜାରକୁ ଦମନ କରିବା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ନାହିଁ। କ୍ରାଇମବ୍ରାଞ୍ଚ ତନାଘନା କରୁଛି, ଜଙ୍ଗଲ ବିଭାଗ ବି। ଅବକାରୀ କର୍ମଚାରୀ ଜଗିଛନ୍ତି, ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତେ ଏହି କାମରେ ଅଛନ୍ତି। ପ୍ରଶ୍ନ ଉଠୁଛି, ଯଦି ସବୁ ଠିକ୍ ଚାଲିଛି, େତବେ ଓଡ଼ିଶା ଉପରେ ଏେତ ବଡ଼ ନିଶା ବଜାର ଚାଲିଛି େକମିତି?

ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଆଜି ‘ସମ୍ବାଦ’କୁ କହିଛନ୍ତି େଯ େଯହେତୁ ଏହି ସମୟରେ ଅଧିକ ଗଞ୍ଜେଇ କାରବାର ଆଦି େହାଇଥାଏ, ଏଣୁ ବିଭାଗ ତନାଘନା ଆରମ୍ଭ କରିଛି। ରାଜ୍ୟ ସରକାର ଏକାଧିକ ପାଣ୍ଠିରୁ ଅର୍ଥ ପ୍ରଦାନ କରୁଛନ୍ତି, ଯାହା ଫଳରେ ଗରିବ େଲାକମାେନ ଗଞ୍ଜେଇ ଚାଷରୁ ନିବୃତ୍ତ ରହିେବ। ଅଧିକରୁ ଅଧିକ େବଆଇନ ଗଞ୍ଜେଇ ନଷ୍ଟ କରାଯିବ। ଖୁବ୍ଶୀଘ୍ର ମୁଖ୍ୟଶାସନ ସଚିବ େବଆଇନ ଗଞ୍ଜେଇ ଚାଷ େନଇ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିେଂର ଆେଲାଚନା କରିବେ ବୋଲି ଶ୍ରୀ ଧଳ ସୂଚନା େଦଇଛନ୍ତି।

ସମ୍ବନ୍ଧିତ ଖବର