ନୀଳଗିରି : ନୀଳଗିରି ସହରରେ ଜଣେ ଗଂଜେଇ ମାଫିଆଙ୍କ ଘରେ ଚଢଉ କରିବାକୁ ଯାଇ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗିରଫକୁ ଏଡାଇବା ପାଇଁ ଗଂଜେଇ ମାଫିଆ ୨ ପୋଷା କୁକୁରଙ୍କୁ ଛାଡି ଦେଇଥିଲା। କୁକୁର ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ତେବେ କୁକୁର ଆକ୍ରମଣ ପରେ ବି ଭୟଭୀତ ନ ହୋଇ ଅଧିକାରୀ ଓ କର୍ମଚାରୀ ଚଢଉ କରିଥିଲେ। ଗଂଜେଇ ମାଫିଆ ନିରଞ୍ଜନ ବେହେରାକୁ ଗିରଫ କରାଯିବା ସହ ତାଙ୍କ ଘରୁ ୩ ବସ୍ତା ଗଂଜେଇ ଜବତ କରିଥିଲେ। ଜବତ ୪୩ କିଲୋ ଗଂଜେଇର ମୂଲ୍ୟ ୨ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗିରଫରୁ ବର୍ତ୍ତିବା ପାଇଁ ଗଂଜେଇ ମାଫିଆ ନିରଞ୍ଜନ ବେହେରାଙ୍କ ଅଜବ ନୀତି ଆପଣାଇବା ଘଟଣା ସମଗ୍ର ନୀଳଗିରିରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।
/sambad/media/post_attachments/wp-content/uploads/2021/11/5368abf4-0b43-49be-86e7-3a33e565cffa.jpg)
ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘରସାହିର ନିରଞ୍ଜନ ବେହେରା ଘରେ ବହୁ ପରିମାଣର ଗଂଜେଇ ମହଜୁଦ୍ ରଖିଥିବା ଏବଂ ତାକୁ ବାହାରକୁ ଚାଲାଣ କରିବାକୁ ଯୋଜନା ଚଳାଇଥିବା ନେଇ ବିଶେଷ ସୁତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା। କେନ୍ଦ୍ରାଞ୍ଚଳ ଗୁଇନ୍ଦା, ବାଲେଶ୍ବର ଓ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଅପରାହ୍ନ ୩ଟାରେ ନିରଞ୍ଜନଙ୍କ ଘରେ ଚଢଉ କରାଯିବା ପାଇଁ ଉଦ୍ୟମ ହୋଇଥିଲା। ତେବେ ହଠାତ୍ ନିରଞ୍ଜନ ୨ ପୋଷା କୁକୁରଙ୍କୁ ଛାଡି ଦେଇଥିଲା। ଆକ୍ରମଣ କରିବାକୁ ହୁକୁମ୍ ବି ଦେଇଥିଲା। କୁକୁର ଆକ୍ରମଣରେ ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟ ଏବଂ କର୍ମଚାରୀ ସୁବ୍ରତ ଜେନା ଓ ବସନ୍ତ ମଲିକ ଆହତ ହୋଇଥିଲେ। କୁକୁର ଆକ୍ରମଣକୁ ଖାତିର ନକରି ଘରେ ଚଢଉ କରି ୩ ବସ୍ତା ଗଞ୍ଜେଇ ଜବତ କରିବା ସହ ନିରଂଜନକୁ ଗିରଫ କରିଥିଲେ। ଏ ନେଇ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ୩୮/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/9650bb7f-7a38-469c-9d7f-cf42a3f1c335.jpg)