କନ୍ଧମାଳ ପୁଲିସର ପ୍ରଥମ ଏନ୍‌କାଉଣ୍ଟର୍‌ : କୁଖ୍ୟାତ ଗ˚ଜେଇ ମାଫିଆ ଗୁରୁତର

ଫୁଲବାଣୀ : କନ୍ଧମାଳରେ ପ୍ରଥମଥର ପାଇଁ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି କୁଖ୍ୟାତ ଗ˚ଜେଇ ମାଫିଆ ମୁନା ଦିଗାଳ। ତା’ର ଡାହାଣ ଗୋଡ଼‌େର ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ମୁନାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୁନା ଗୋଛାପଡା ଥାନାଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ରହିଥିଲା।

ଗତ ୨ ତାରିଖ ସ˚ଧୢାରେ ମୁନା ଦିଗାଲ (୩୦) ଫୁଲବାଣୀ ସହର ଆନନ୍ଦ ବଜାରରେ ଗୋଛାପଡା ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ କୁରାଢି ଚୋଟ ମାରି ଚମ୍ପଟ ମାରିଥିଲା। ଏହାପରଠାରୁ ଫୁଲବାଣୀ ଟାଉନ ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ଏକ ଗଠିତ ଟିମ୍‌ ମୁନାର ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ସହର ପାଖ ନାରାୟଣୀ ପାହାଡ ନିକଟରେ ମୁନା ଦିଗାଲ ଓ ତାର ୨-୩ ଜଣ ସହଯୋଗ ଲୁଚି ରହିଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ତା’ପରେ ପୁଲିସ ସେଠାରେ ପହଞ୍ଚିବା ପରେ ମୁନା ଦିଗାଲ ସେମାନଙ୍କୁ ଉପରକୁ ୩ ରାଉଣ୍ତ ଗୁଳି ଚଳାଇଥିଲା। ପୁଲିସ୍‌ ବି ପାଲଟା ଗୁଳି ଚଳାଇଥିଲା। ଏଥିରେ ମୁନା ଦିଗାଲର ଡାହାଣ ଗୋଡରେ ଗୁଳି ବାଜି ଥିଲା। ଜଖମ ହେବା ପରେ ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର