କେରାପୁଟରୁ ହରିୟାଣା ଚାଲାଣ: ୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଅଭିଯୁକ୍ତ ଯୁବକ ଗିରଫ

ଜୟପୁର: କୋରାପୁଟରୁ ହରିୟାଣା ଚାଲାଣ ହେଉଥିବା ବେଳେ ୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଛି। ଏହି ଚୋରା ଚାଲାଣ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ର କୁମାରଙ୍କ ପୁଅ ଅଜିତ କୁମାର (୨୬), ଫୁଲଚାନ୍ଦଙ୍କ ପୁଅ ଧରମ ବୀର (୩୦), ହରିୟାଣାର ସୋନପଥ ଜିଲ୍ଲା ଗାନଔର ଥାନା ଅନ୍ତର୍ଗତ ମମନଙ୍କ ପୁଅ ହରିଓମ (୨୮) ଓ ହିସାର ଥାନା ଅନ୍ତର୍ଗତ ନିୟାନ ଗାଁର କରମ ବୀରଙ୍କ ପୁଅ ଶ୍ରବଣ (୩୨)।

ସୂଚନା ଅନୁସାରେ ଜୟପୁର ସଦର ପୁଲିସକୁ ଗତକାଲି ଗଂଜେଇ ଚାଲାଣ ନେଇ ସକାଳ ୧୦ଟାରେ ଏକ ବିଶ୍ୱସ୍ତ ସୂତରୁ ସୂଚନା ମିଳିଥିଲା। ବୈପାରୀଗୁଡ଼ା ଅଂଚଳରୁ ଏହି ଗଂଜେଇ ହରିୟାଣାକୁ ଚାଲାଣ କରାଯିବାର ଥିଲା। ଏହି ସୂଚନା ମିଳିବା ପରେ ଓଆଇସି ଏ. ମହାକୁର ଏସ୍‌.ଆଇ ନବୀନ କୁମାର ଟପ୍ପୋ, ଏଏସ୍‌ଆଇ ଏସ୍‌.କେ ସରକାର ଏବଂ ଟିମ୍‌ ଘଟଣାସ୍ଥଳକୁ ପହଂଚିଥିଲେ।

ପୁଲିସ ଟିମ୍‌ ଗଂଜେଇ ଚାଲାଣ ହେଉଥିବା କାର (ଏଚ୍‌ଆର ୬୯ଡି ୬୮୩୨) ସର୍ଚ୍ଚ କରିବା ପରେ ୭୪୦.୯୦୦ କିଲୋ ଗଂଜେଇ (ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା), ୨ଟି ମୋବାଇଲ, ନଗଦ ୨୨୯୦ ଟଙ୍କା ଜବତ କରିଥିଲେ।

ସମ୍ବନ୍ଧିତ ଖବର