୧୦କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ଗତ ଦୁଇ ଦିନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ ମାଲକାନଗିରି ଥାନା ଅଂଚଳରେ ୧୦କୋଟି ଟଂକାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୧, ଡାଇକ-୨, ଡାଇକ-୩ରେ ପ୍ରାୟ ୨୬ ଏକର ସରକାରୀ ଜମିରେ ଗଂଜେଇ ଗଛ ଲଗାଯାଇଥିଲା। ଚିତ୍ରକୋଣ୍ଡା ପୁଲିସ ସହ ମାଲକାନଗିରି ଅବକାରୀ ବିଭାଗ ଚଢାଉ କରି ୩୧ ହଜାର ୨୦୦ ଗଛକୁ ନଷ୍ଟ କରିଥିଲା। ସେହିପରି ମାଲାକନଗିରି, ଜୟପୁର ଏବଂ ନବରଂଗପୁର ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ମାଲକାନଗିରି ଥାନା ଅନ୍ତର୍ଗତ ଗିଇଡଗୁଡା ଏବଂ ମାଛିଆମ୍ବରେ ପ୍ରାୟ ୫୧ ଏକର ସରକାରୀ ଜମି‌େର ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା। ଏଠାରେ ୬୬ ହଜାର ୩୦୦ ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା କୁହାଯାଇଛି। ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ନିର୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା। ଗଂଜେଇ ଗଛକୁ ନଷ୍ଟ ସମୟରେ ମାଲକାନଗିରି ତହସିଲଦାର ମାଜିଷ୍ଟ୍ରେଟ ହିସାବରେ ଉପସ୍ଥିତ ରହିଥିଲେ। ଲଗାତାର ମାଲକାନଗିରି ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ବର୍ତ୍ତମାନ ସୁଦ୍ଧା ୫୦ କୋଟି ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇ ସାରିଲାଣି। ଆଗାମୀ ଦିନରେ ପୁଣି ଚଢାଉ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର