କଳାହାଣ୍ଡିରୁ ଜବତ ହେଲା ୨୦ଲକ୍ଷ ଟଙ୍କାର ଗଂଜେଇ, ୨ଜଣଙ୍କୁ ଅଟକ ରଖିଛି ପୁଲିସ

କଳାହାଣ୍ଡି:  କିଛିଦିନ ହେଲା କଳାହାଣ୍ଡି, ରାୟଗଡ଼ ଏବଂ ନବରଙ୍ଗପୁର ଅଂଚଳରୁ ଅନ୍ୟ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ହେଉଥିବା ଦେଖାଯାଉଛି। ଗତ କିଛିଦିନ ତଳେ ରାଜସ୍ଥାନ ଜୟପୁର ପୁଲିସ  କଳାହାଣ୍ଡିର ଦୁଇ ଯୁବକକୁ ଗଂଜେଇ ଚୋରାଚାଳନ କରୁଥିବା ନେଇ ଗିରଫ କରିଥିଲା। ଏହା ସହ ଗତ ୭ଦିନ ତଳେ ଭବାନୀପାଟଣା ବସଷ୍ଟାଣ୍ଡରୁ ସ୍କୁଲ ବ୍ୟାଗ ଭିତରୁ  ଗଂଜେଇ ଜବତ କରି ଦୁଇ ଯୁଗକକୁ ଗିରଫ କରିଥିଲା ପୁଲିସ। ଆଜି ପୁଣି ଭାଵନୀପାଟଣା ଟାଉନ ପୁଲିସ କଲେଜ ଛକଠାରେ ଏକ କଣ୍ଟେନରରୁ ବିପୁଳ ପରିମାଣରେ ଗଂଜେଇ ଜବତ କରିଥିବା ସହ ଦୁଇ ଜଣକୁ ଅଟକ ରଖିଛି। ଘଟଣା ସ୍ଥଳରୁ ଚାଳକଜଣଙ୍କ ଗିରଫ ଡ଼ରରେ ଫେରାର ହୋଇଯାଇଥିବା ଜଣା ପଡ଼ିଛି।

Image result for ganja
Deccan Herald

ସୂଚନା ମୁତାବକ, ରାୟଗଡ଼ାରୁ ବିହାର ରାଜ୍ୟ ପାଟନାକୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଭବାନୀପାଟଣା ପୁଲିସ କଲେଜ ଛକଠାରେ କଣ୍ଟେନରକୁ ଅଟକାଇ ଚେକିଂ କରିଥିଲା। ଏହି ସମୟରେ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ପୁଲିସ। ଘଟଣା ପରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଥିବା‌ ବେଳେ ସେମାନେ ବିହାରର ସମସ୍ତିନଗରର ପ୍ରମୋଦ କୁମାର ଓ ମହେଶ କୁମାର ବୋଲି ଚିହ୍ନଟ କରିଛି ପୁଲିସ। କଣ୍ଟେନରକୁ ଦୁଇ ଭାଗରେ ବିଭକ୍ତ କରି ସିକ୍ରେଟ୍ ବକ୍ସ ତିଆରି କରି ସେଥିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଗଞ୍ଜେଇ ୭କ୍ବିଣ୍ଟାଲ ୪୬କିଲୋ ଥିବାବେଳେ ଏହାର ଆନୁମାନିକ ମୁଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ଗଂଜେଇ ଚୋରା ଚାଲାଣରେ ଗିରଫ ହେଉଥିବା ସମସ୍ତ ଅଭିଯୁକ୍ତ ୨୦ରୁ ୨୫ବର୍ଷୀୟ ଯୁବକ ହୋଇଥିବାରୁ ଏହା ପୁଲିସକୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର